Latest Odisha News

BREAKING NEWS

ଗୁରୁ ଦେବପ୍ରସାଦ ପୁରସ୍କାର ଉତ୍ସବ ଉଦ୍‌ଯାପିତ: ଭାରତନାଟ୍ୟମ, କଥକ ନୃତ୍ୟ ଏବଂ ବଂଶୀବାଦନରେ ଦର୍ଶକ ବିିଭୋର

ଭୁବନେଶ୍ୱର:ରବୀନ୍ଦ୍ରମଣ୍ଡରେ ଆୟେଜିତ ୧୭ତମ ଗୁରୁ ଦେବପ୍ରସାଦ ଦାସ ପୁରସ୍କାର ଉତ୍ସବ ଉଦ୍‌ଯାପିତ ହୋଇଯାଇଛି । କାର୍ଯ୍ୟକ୍ରମର ଆରମ୍ଭରେ ବିଶିଷ୍ଟ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଗୁରୁ ଦେବପ୍ରସାଦ ସମ୍ମାନ ୨୦୨୩, ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ଅମୂଲ୍ୟ ଅବଦାନ ପାଇ ଁଡ଼ଃ. ଇଲିୟାନା ସିତାରିଷ୍ଟ, କଥକ ନୃତ୍ୟ କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଥିବା କମଳିନୀ ଆସ୍ଥାନା ଓ ନଳିନୀ ଆସ୍ଥାନା, ଭାରତନାଟ୍ୟମ ନୃତ୍ୟ କ୍ଷେତ୍ରର ପ୍ରସିଦ୍ଧି ଲାଭ କରିଥିବା ପ୍ରତିଭା ପ୍ରହଲ୍ଲାଦ ଏବଂ ଶାତ୍ରୀୟ ନୃତ୍ୟରେ ବିଶିଷ୍ଟ ଅବଦାନ ପାଇଁ ଗୁରୁ ରାମକୃଷ୍ଣ ତାଲୁକଦାରଙ୍କୁ ପ୍ରଦାନ କରାଯାଇଥିଲା । ସେହିଭଳି ଗୁରୁ ଦେବପ୍ରସାଦ ଯୁବ ପ୍ରତିଭା ସମ୍ମାନ ୨୦୨୩ ଓଡ଼ିଶୀ ନୃତ୍ୟରେ ଗୁରୁ ସୋନାଲୀ ମହାପାତ୍ର ଓ ଦୀପିକା ପ୍ରୀୟଦର୍ଶୀନୀଙ୍କୁ ପ୍ରଦାନ କରାଯାଇଥିଲା ।

ପୁରସ୍କାର ବିତରଣ ଉତ୍ସବ ପରେ ଆନ୍ତର୍ଜାତୀୟସ୍ତରରେ ଖ୍ୟାତି ଅର୍ଜନ କରିଥିବା ଭାରତନାଟ୍ୟମ ନୃତ୍ୟ ବିଷାରଦ ପ୍ରତିଭା ପ୍ରହଲ୍ଲାଦଙ୍କ ଦ୍ୱାରା ଏକକ ଭାରତନାଟ୍ୟମ ନୃତ୍ୟ ପରିବେଷିତ ହୋଇଥିଲା । ତାଙ୍କର ପ୍ରଥମ ପ୍ରସ୍ତୁତିରେ ଥିଲା ବୃହଦିଶ୍ୱର ମହାଦେବ ଯାହା ରାଗ କାନଡ଼ା ଓ ତାଳରୂପକ ଉପରେ ନିବଦ୍ଧ ଥିଲା । ପରେ ଗୀତ ଗୋବିନ୍ଦରୁ ଉଦ୍ଧୃତନାଥ ହେର ପରିପେଷଣ କରିଥିଲେ । ଯାହାର ସଙ୍ଗୀତ ସଂଯୋଜନା ଡ଼ଃ ଏମ ବାଲ ମୁରଲୀକ୍ରିଷ୍ଣା ଏବଂ ନୃତ୍ୟ ସଂରଚନା ନିଜେ ଗୁରୁ ପ୍ରତିଭା ପ୍ରହଲ୍ଲାଦ କରିଥିଲେ । ପରେ କଥକ ନୃତ୍ୟାଙ୍ଗନା କମଲିନୀ ଅସ୍ଥାନା ଓ ନଳିନୀ ଅସ୍ଥାନା ଦୈତ୍ୟ କଥକ ନୃତ୍ୟ ପରିବେଷଣ କରିଥିଲେ । ଶେଷ କାର୍ଯ୍ୟକ୍ରମ ଥିଲା ପଣ୍ଡିତ ହରିପ୍ରସାଦ ଚୌରାସିଆଙ୍କ ବୃନ୍ଦାବନ ଗୁରୁକୁଳର ଶିଳ୍ପୀମାନଙ୍କ ଦ୍ୱାରା ବଂଶୀବାଦନ । ଏହାକୁ ଦର୍ଶକ ମନଭରି ଉପଭୋଗ କରିଥିଲେ । କାର୍ଯ୍ୟକ୍ରମକୁ ସଂଚାଳନା କରିଥିଲେ ଡଃ. ମୃତ୍ୟୁଞ୍ଜୟ ରଥ ।

ଉଦ୍‌ଯାପନୀ ସନ୍ଧ୍ୟାରେ ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦ, ଭୁବନେଶ୍ୱର ମଧ୍ୟର ବିଧାୟକ ଅନନ୍ତ ନାରାୟଣ ଜେନା, ପୂବର୍ତନ ରାଜସ୍ୱ ପରିଷଦର ସଦସ୍ୟ ଅଶୋକ କୁମାର ତ୍ରିପାଠୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଏବଂ ତ୍ରିଧାରାର ନିର୍ଦ୍ଦେଶକ ଗୁରୁ ଗଜେନ୍ଦ୍ରକୁମାର ପଣ୍ଡା ଅତିଥି ଭାବେ ଯୋଗ ଦେଇଥିଲେ ।

Leave A Reply

Your email address will not be published.