Latest Odisha News

BREAKING NEWS

ଧୀରେ ଧୀରେ ବାଲିରେ ପୋତି ହୋଇ ଯାଉଛି ଏହି ଐତିହାସିକ ସହର

ନୂଆଦିଲ୍ଲୀ: ଆଫ୍ରିକାର ସାହାରା ମରୁଭୂମି ପ୍ରଭାବରେ ଏକ ଐତିହାସିକ ସହର ବାଲିରେ ପୋତି ହେବାକୁ ଯାଉଛି । ମାରିଟୋନିୟା ଦେଶର ଚିଗୁଏଟ୍ଟି ନାମକ ଏହି ସହର ଏକଦା ପୁସ୍ତକାଳୟ ସହର ଭାବେ ବେଶ ପରିଚିତ ଥିଲା । ସାହାରା ମରୁଭୂତି ଅତିକ୍ରମ କରି ଯାଉଥିବା ବ୍ୟବସାୟୀମାନଙ୍କ ପାଇଁ ଏହି ସହର ନିକଟରେ ଅଟକି ସମୟ କାଟୁଥିଲେ । ପରେ ମକ୍କା ଯାଉଥିବା ତୀର୍ଥଯାତ୍ରୀମାନଙ୍କ ପାଇଁ ଏହା ଏକ ସଭାସ୍ଥଳ ପାଲଟି ଯାଇଥିଲା । ପରେ ଏହାକୁ ମରୁଭୂମିର ସୋରବୋନ ଓ ଇସଲାମର ୭ମ ପବିତ୍ର ସହର ମଧ୍ୟ କୁହାଯାଉଥିଲା । ଅନେକ ପୁରୁଣା ପାଣ୍ଡୁଲିପି ଏଠାରେ ଦେଖିବାକୁ ମିଳିଥାଏ ।

୧୯୯୬ରେ ୟୁନିସ୍କୋ ଏହାକୁ ବିଶ୍ୱ ଧରୋହର ସ୍ଥଳ ଭାବେ ଘୋଷଣା କରିଥିଲେ । ସାହାରା ମରୁଭୂମିର ବାଲି ପବନରେ ଉଡି ଆସି ଏଠାରେ ଗଦା ହେବାରେ ଲାଗିଥିଲା । ଧୀରେ ଧୀରେ ଅନେକ ପରିବାର ସେମାନଙ୍କ ଘର ଛାଡି ପଳାଇ ଯାଇଥିଲେ । ବାଲିରେ ଘରଗୁଡିକ ପୋତି ହେବାରେ ଲାଗିଛି । ଅନେକ ପରିବାର ପୁସ୍ତକ ଲାଇବ୍ରେରୀ ମାଧ୍ୟମରେ ଚଳୁଥିଲେ । ସେମାନେ ଯିବା ପରେ ଏହି ଲାଇବ୍ରେରୀରେ ଅନେକ ବହି ଖତ ହେବାରେ ଲାଗିଛି । ଏବେ ୧୨ଟି ପରିବାର ସେମାନଙ୍କ ଲାଇବ୍ରେରୀ ଚଳାଉଛନ୍ତି । ସହରର ପୁନଃଉଦ୍ଧାର କରିବା ପାଇଁ ଅନେକ ବୁଦ୍ଧିଜୀବୀ ଦାବୀ କରିଛନ୍ତି ।

Comments are closed.