Latest Odisha News

ରାଜ୍ୟରେ ଉପରମୁହାଁ ପାରଦ, ୪୦ ଡିଗ୍ରି ଉପରେ ୧୪ ଜିଲ୍ଲା

ଭୁବନେଶ୍ବର : ରାଜ୍ୟରେ ଉପରମୁହାଁ ପାରଦ । ପ୍ରବଳ ତାତିରେ ସିଝୁଛି ଓଡ଼ିଶା । ଆଜି ରାଜ୍ୟର ଅଧିକାଂଶ ଜିଲ୍ଲାରେ ତାପମାତ୍ରା ବଢ଼ିଥିବା ବେଳେ, ଲୋକେ ହୋଇଛନ୍ତି ହନ୍ତସନ୍ତ । ପାଣିପାଗ ବିଭାଗର ସୂଚନା ଅନୁସାରେ, ଆଜି ୪୦ ଡିଗ୍ରି ଉପରେ ରହିଛି ରାଜ୍ୟର ୧୪ ଜିଲ୍ଲା । ତେବେ ଟିଟିଲାଗଡରେ ସର୍ବାଧିକ ୪୨.୨ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି ।

ପାଣିପାଗ ବିଭାଗର ସୂଚନା ଅନୁସାରେ, ବା‌ଲେଶ୍ବରରେ ୪୦ ଡିଗ୍ରି ତାପମାତ୍ରା ଥିବା ବେଳେ, କଟକରେ ୪୦, ଭୁବନେଶ୍ବରରେ ୪୦.୫, ଅନୁଗୁଳରେ ୪୧.୧, ବାରିପଦାରେ ୪୨ ଡିଗ୍ରି, ଝାରସୁଗୁଡାରେ ୪୨.୨, ସମ୍ବଲପୁରରେ ୪୧.୨, ହୀରାକୁଦରେ ୪୧.୧, ତାଳଚେରରେ ୪୦.୩ ଡିଗ୍ରି, ଭବାନୀପାଟଣାରେ ୪୦.୮, ବଲାଙ୍ଗିରରେ ୪୧.୫, ଟିଟିଲାଗଡ଼ରେ ୪୨.୨, ମାଲକାନଗିରିରେ ୪୧ ଡିଗ୍ରି ଓ ନୟାଗଡରେ ୪୦.୩ ଡିଗ୍ରି ରେକର୍ଡ କରାଯାଇଛି ।

Comments are closed.