Latest Odisha News

BREAKING NEWS

ଦିନିକିଆରୁ ଅବସର ନେଲେ ମ୍ୟାକ୍ସୱେଲ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଗ୍ଲେନ ମ୍ୟାକ୍ସୱେଲ ଆନ୍ତର୍ଜାତୀୟ ଦିନିକିଆ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ତେବେ ସେ ଟି୨୦ କ୍ରିକେଟ ଖେଳିବା ଜାରୀ ରଖିବେ ବୋଲି ସ୍ପଷ୍ଟ କରିଛନ୍ତି । ୨୦୧୫ ଓ ୨୦୨୩ ବିଶ୍ୱକପ ଜିତିଥିବା ଅଷ୍ଟ୍ରେଲିଆ ଦଳର ସେ ସଦସ୍ୟ ଥିଲେ । ସେ ୧୯୪ ଦିନିକିଆ କ୍ରିକେଟରେ ୩୩.୮୧ ଆଭରେଜରେ ୩୯୯୦ ରନ କରିଥିଲେ । ଏଥିରେ ୪ ଶତକ ଓ ୨୩ ଅର୍ଦ୍ଧଶତକ ସାମିଲ । ୨୦୨୩ ଦିନିକିଆ ବିଶ୍ୱକପରେ ସେ ଆଫଗାନିସ୍ତାନ ବିପକ୍ଷରେ ୨୦୧ ରନର ଅବିସ୍ମରଣୀୟ ଇନିଂସ ଖେଳିଥିଲେ ।

ଦଳକୁ ମୁଁ ଯେଉଁ ଯୋଗଦାନ ଦେବା କଥା ସେଥିରେ ନିରାଶ କରୁଥିବା ହୃଦୟଙ୍ଗମ କରିବାରୁ ଏହି ନିଷ୍ପତି ନେବାକୁ ବାଧ୍ୟ ହେଲି । ଚାମ୍ପିୟନ୍ସ ଟ୍ରଫି ଅବସରରେ ମୁଁ ଅବସର ନେବା ପାଇଁ ଚିନ୍ତା କରିଥିଲି । ଏବେ ଏହି କଠୋର ନିଷ୍ପତି ନେବାକୁ ବାଧ୍ୟ ହେଲି ବୋଲି କହିଛନ୍ତି । ମୋ ଅନୁପସ୍ଥିତିରେ ଅନ୍ୟ ଜଣେ ଯୁବ ଖେଳାଳିଙ୍କୁ ସୁଯୋଗ ମିଳିବ ବୋଲି ମ୍ୟାକ୍ସୱେଲ କହିଛନ୍ତି ।

Comments are closed.