Latest Odisha News

BREAKING NEWS

କ୍ରିକେଟର ମୟଙ୍କ ଅଗ୍ରୱାଲ ଆଇସିୟୁରେ

ଅଗରତାଲା: ଭାରତୀୟ କ୍ରିକେଟର ମୟଙ୍କ ଅଗ୍ରୱାଲ ହଠାତ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି । ରିପୋର୍ଟ ମୁତାବକ ସେ ଏବେ ଆଇସିୟୁରେ ଅଛନ୍ତି । କର୍ଣ୍ଣାଟକ ରଣଜୀ ଟିମର ଅଧିନାୟକ ମୟଙ୍କ ଅଗରତାଲାରୁ ମ୍ୟାଚ ଖେଳି ପ୍ରତ୍ୟାବର୍ତନ କରୁଥିଲେ । ଏୟାରପୋର୍ଟରେ ସେ ପ୍ଲେନ ଚଢ଼ିବାକୁ ଯାଉଥିବା ବେଳେ ସେ ହଠାତ ଅସୁସ୍ଥ ହୋଇ ପଡିଥିଲେ । ସେ ବେକ ଓ ମୁହଁରେ ଯନ୍ତ୍ରଣା ଅନୁଭବ କରିଥିଲେ । ଆଇସିୟୁରେ ଭର୍ତି ହେବା ସତ୍ୱେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉଦବେଗଜନକ ନୁହେଁ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

ମୟଙ୍କ ନିକଟରେ ଅଗରତାଲା ବିପକ୍ଷ ରଣଜୀ ମ୍ୟାଚ ଖେଳିଥିଲେ । ସେ ୫୧ ଓ ୧୭ ରନର ଇନିଂସ ଖେଳିଥିଲେ । ଏହି ମ୍ୟାଚକୁ କର୍ଣ୍ଣାଟକ ୨୯ ରନରେ ଜିତିଥିଲା । ପୋଲିସ ଏବେ ଏହି ଘଟଣାର ତଦନ୍ତ କରୁଛି । ୨ଟା୩୦ ଫ୍ଲାଇଟରେ ସେ ବସି ମଧ୍ୟ ସାରିଥିଲେ । ଏହା ପରେ ସେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ବିମାନରୁ ସିଧାସଳଖ ଡାକ୍ତରଖାନା ନିଆ ଯାଇଥିଲା ।

ଫେବୃୟାରୀ ୨ରେ କର୍ଣ୍ଣାଟକ ଓ ରେଲୱେ ମଧ୍ୟରେ ମ୍ୟାଚ ଖେଳାଯିବ । ମୟଙ୍କ ଭାରତ ପକ୍ଷରୁ ୨୧ ଟେଷ୍ଟ ଓ ୫ ଦିନିକିଆ ମ୍ୟାଚ ଖେଳିଛନ୍ତି । ଟେଷ୍ଟରେ ୪ ଶତକ ସହ ୧୪୮୮ ଓ ଦିନିକିଆରେ ୮୬ ରନ କରିଛନ୍ତି ।

Leave A Reply

Your email address will not be published.