Latest Odisha News

BREAKING NEWS

ଝାଡଖଣ୍ଡରେ ଚାଲିବ ଓଡ଼ିଆଙ୍କ ଶାସନ!

ରାଞ୍ଚି: ହେମନ୍ତଙ୍କ ପରେ କିଏ? କିଏ ହେବ ଝାଡ଼ଖଣ୍ଡର ଆଗାମୀ ଶାସନକର୍ତ୍ତା? ଏହି ରେସରେ ସବୁଠୁ ଆଗରେ ଚର୍ଚ୍ଚା ଓଡ଼ିଆ ଝିଅ କଳ୍ପନା ସୋରେନଙ୍କ ନାଁ। କଳ୍ପନା ହେଉଛନ୍ତି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସ୍ତ୍ରୀ। ରାଜ୍ୟରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ଖୋଜା ଚାଳିଛି ସମ୍ଭାବ୍ୟ ମୁଖ୍ୟମନ୍ତ୍ରୀ ଚେହେରା। ସତ୍ତା ପକ୍ଷ ଏହି ଖୋଜ କରୁଥିବା ବେଳେ ହେମନ୍ତଙ୍କ ସହ ବିଧାୟକମାନଙ୍କ ବୈଠକରେ କଳ୍ପନା ସାମିଲ ହେଉଥିବା ଦେଖିବାକୁ ମିଳୁଛି।

ହେମନ୍ତ ସୋରେନଙ୍କୁ ଇଡି ପକ୍ଷରୁ ସମନ କରାଯାଉଥିବା ବେଳେ କୁହାଯାଉଛି ବିହାର ପରେ ଏବେ ଝାଡଖଣ୍ଡରେ ମଧ୍ୟ ପଟ୍ଟ ପରିବର୍ତ୍ତନ ହେବାର ସମ୍ଭାବନା ଉପୁଜିଲାଣି । ମନି ଲଣ୍ଡରିଂ ସହ ଜମି ଦୁର୍ନୀତି ମାମଲାରେ ଛନ୍ଦି ହୋଇ ପଡ଼ିଛନ୍ତି ଝାଡ଼ଖଣ୍ତ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ । ଇଡି ତରଫରୁ ଜାରି ଅନ୍ତିମ ସମନର ଅବଧି ସମାପ୍ତ ହୋଇଛି। ଯେହେତୁ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳୁନି, ତେଣୁ ଆକଳନ କରାଯାଉଛି ଯେ, ସତ୍ତାପକ୍ଷ ସମ୍ଭାବ୍ୟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ସାମ୍ନାକୁ ଆସିବ।

କୁହାଯାଉଛି କି ଏଭଳି ସ୍ଥିତିରେ ହେମନ୍ତ ସୋରେନଙ୍କ ପତ୍ନୀ ତଥା ଶିବୁ ଶୋରେନଙ୍କ କନ୍ୟା କଳ୍ପନା ସୋରେନ୍ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇପାରନ୍ତି। ଯଦିଓ କଳ୍ପନାଙ୍କ ଜନ୍ମ ରାଂଚିରେ ହୋଇଥିଲା, ତାଙ୍କ ପରିବାର ହେଉଛନ୍ତି ବାରିପଦାର ମୂଳ ବାସିନ୍ଦା। ଏବେ ବି କଳ୍ପନାଙ୍କ ପରିବାର ବାରିପଦାରେ ରହୁଛନ୍ତି। ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ ହେମନ୍ତଙ୍କୁ ଗତକାଲି ଗିରଫ କରାଯାଇ ଥାଆନ୍ତା । ଗିରଫର ବାସ୍ନା ବାରି ସତ୍ତା ଦଳ ଏପରି ନିଷ୍ପତ୍ତି ନେବାକୁ ଯାଉଛି ବୋଲି ଶୁଣିବାକୁ ମିଳୁଛି। ଯଦି ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଆଉ ଟିକେ ଆଲୋଚନା କରିବା ତେବେ ହେମନ୍ତ ଓ କଳ୍ପନାଙ୍କ ବାହାଘର ୨୦୦୬ ଫେବ୍ରୁଆରି ୭ ତାରିଖରେ ହୋଇଥିଲା। ଏହାରି ଭିତରେ ଯଦି ସମସ୍ତଙ୍କ ସହମତିରେ ବିଧାୟକମାନେ କଳ୍ପନାଙ୍କୁ ଗାଦିରେ ବସାଇବେ ତେବେ ଝାଡ଼ଖଣ୍ଡରେ ଚାଲିବ ଓଡ଼ିଆ ଝିଅଙ୍କ ଶାସନ।

Leave A Reply

Your email address will not be published.