Latest Odisha News

BREAKING NEWS

ପୁଣି ବିଏସପିର କମାଣ୍ଡ ସମ୍ଭାଳିବେ ମାୟାବତୀ

ଲକ୍ଷ୍ନୌ: ବହୁଜନ ସମାଜ ପାର୍ଟିର ଜାତୀୟ କାର୍ଯ୍ୟନିର୍ବାହୀ ବୈଠକ ପରେ ମାୟାବତୀ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବରେ ପୁଣି ନିର୍ବାଚିତ ହୋଇଛନ୍ତି । ବୈଠକ ପୂର୍ବରୁ ତାଙ୍କ ଉତ୍ତରାଧିକାରୀ ଆକାଶ ଆନନ୍ଦଙ୍କୁ ଏହି ଦାୟିତ୍ବ ମିଳିବ ବୋଲି କଳ୍ପନାଜଳ୍ପନା ଲାଗି ରହିଥିଲା ।

ଆଜି ବହୁଜନ ସମାଜ ପାର୍ଟିର ଅଧ୍ୟକ୍ଷ ପଦ ପାଇଁ ଦେଶର ବିଭିନ୍ନ ଦଳର ପଦାଧିକାରୀ ଲକ୍ଷ୍ନୌ କାର୍ଯ୍ୟାଳୟରେ ଏକାଠି ହୋଇଥିଲେ । ମଧ୍ୟାହ୍ନ ପ୍ରାୟ ୧୨ ଟାରୁ ଆରମ୍ଭ ହୋଇଥିବା ବୈଠକ ପରେ ମାୟାବତୀ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି । ସେ ୨୦୦୩ ମସିହାରୁ ଦଳର ଅଧ୍ୟକ୍ଷ ଭାବେ ରହିଆସିଛନ୍ତି, ପୁଣି ଥରେ ଏହି ଦାୟିତ୍ବ ତାଙ୍କୁ ଦିଆଯାଇଛି ।

ଦଳର ମହାସଚିବ ସତୀଶ ଚନ୍ଦ୍ର ମିଶ୍ର ଅଧ୍ୟକ୍ଷ ପାଇଁ ମାୟାବତୀଙ୍କ ନାମ ପ୍ରସ୍ତାବ ଦେଇଥିଲେ, ଏହା ଉପରେ ଦଳର ଅନ୍ୟ ସଦସ୍ୟ ମାନେ ମୋହର ମାରିଥିଲେ ।

Comments are closed.