Latest Odisha News

BREAKING NEWS

କୁମ୍ଭୀରକୁ ବିବାହ କରି ଚର୍ଚ୍ଚାରେ ମେୟର: କାରଣ କ’ଣ ଜାଣନ୍ତୁ

ମେକ୍ସିକୋ: ଗ୍ରହ ଶାନ୍ତି ପାଇଁ କେହି କେହି ଗଛ, ପଶୁ ପକ୍ଷୀଙ୍କୁ ବିବାହ କରୁଥିବା ଆପଣ ଶୁଣିଥିବେ । କିନ୍ତୁ ମେକ୍ସିକୋରେ ଜଣେ ମେୟର ଏକ ମହିଳା କୁମ୍ଭୀରକୁ ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି । ସେ ତାଙ୍କ ଗ୍ରହ ଶାନ୍ତି ପାଇଁ ନୁହେଁ ବରଂ ଶୁଭଫଳ ପାଇଁ ସେ ଏହି ବିବାହ କରିଛନ୍ତି । ଏହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେଉଛି ।

ଦକ୍ଷିଣ ମେକ୍ସିକୋର ସାନ ପେଡ୍ରୋ ହୁଆମେଲୁଲା ସହରର ମେୟର ଭିକ୍ଟର ହୁଗୋ ସୋସା ଏକ ମାଈ କୁମ୍ଭୀରକୁ ବିବାହ କରିଛନ୍ତି । ପରମ୍ପରା ଅନୁଯାୟୀ ସେ ଧୁମ୍‌ଧାମ୍‌ରେ ଏହି ବିବାହ କରିଛନ୍ତି । କୁମ୍ଭୀରକୁ ଠିକ୍ କନ୍ୟା ପରି ନୂଆ ଡ଼୍ରେସ ପିନ୍ଧାଯିବା ସହ ଅଳଙ୍କାରରେ ସଜ୍ଜା ବି ଯାଇଥିଲା । ସୋସା ବିବାହ ମଣ୍ଡପକୁ ସଜ୍ଜେଇ ହୋଇଥିବା କୁମ୍ଭୀରକୁ ଦୁଇ ହାତରେ ଟେକି ଟେକି ଆଣିଥିଲେ । ଏହି ବିବାହ ଉତ୍ସବରେ ହଜାର ହଜାର ବନ୍ଧୁବାନ୍ଧବଙ୍କଠାରୁ ଆରମ୍ଭ କରି ସମ୍ପର୍କୀୟ ସାମିଲ ହୋଇଥିଲେ । ସମସ୍ତଙ୍କ ଉପସ୍ଥିତିରେ ସେ କୁମ୍ଭୀରକୁ ରୀତିନୀତି ଅନୁସାରେ ବିବାହ କରିଥିଲେ । ଶେଷରେ ଆଲିସିଆ ଆଡ୍ରିନା ନାମକ ଏହି କୁମ୍ଭୀରକୁ ତାଙ୍କ ପତ୍ନୀ ଭାବରେ ଗ୍ରହଣ କରିଥିଲେ । ବିବାହ ଶେଷରେ ସୋସୋ କୁମ୍ଭୀରକୁ ଧରି ନାଚିବା ସହ ଚୁମ୍ବନ ମଧ୍ୟ ଦେଇଥିଲେ । ପରେ ତାଙ୍କ ଘରକୁ ନେଇଥିଲେ ।

ମେୟର କହିଛନ୍ତି, ମୁଁ ଦାୟିତ୍ୱ ଗ୍ରହଣ କଲି । କାରଣ ଆମେ ପରସ୍ପରକୁ ଭଲପାଉ । ତୁମେ ପ୍ରେମ ବିନା ବିବାହ କରିପାରିବ ନାହିଁ, ମୁଁ କୁମ୍ଭୀରକୁ ବିବାହ କରି ପତ୍ନୀ ଭାବେ ସ୍ୱୀକାର କରିଛି । ଏହା କରିବା ଦ୍ୱାରା ଶୁଭଫଳ ମିଳିଥାଏ ।

ବାସ୍ତବରେ, ଏହି ଅଞ୍ଚଳରେ ଏହା ୨୩୦ ବର୍ଷ ପୁରୁଣା ପରମ୍ପରା । ଯାହାକୁ ଲୋକେ ଏବେ ବି ପାଳନ କରି ଆସୁଛନ୍ତି । ଏଠାରେ ପୁରୁଷ ଏବଂ ମହିଳା କୁମ୍ଭୀର ମଧ୍ୟରେ ବିବାହ କରାଯାଇଥାଏ । ଏପରି ବିବାହ କଲେ ସ୍ଥାନୀୟ ଅଞ୍ଚଳରେ ଶାନ୍ତି ବଜାୟ ରହିବା ସହ ଭଲ ବର୍ଷା ଓ ଫସଲ ହୋଇଥାଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି ।

 

Leave A Reply

Your email address will not be published.