Latest Odisha News

BREAKING NEWS

ଦୁନିଆର ସବୁଠୁ ଦାମୀ ଟମାଟୋ: ଯାହାର ମଞ୍ଜିର ଦାମ ଶୁଣିଲେ ଆପଣଙ୍କ ହୋସ ଉଡ଼ିଯିବ

ୟୁରୋପ: ଏବେ ବଜାରରେ ଟମାଟୋର ଦାମ ଆକାଶଛୁଆଁ । ଏହାର ମୂଲ୍ୟ୍ ବିଭିନ୍ନ ବଜାରରେ ୧୦୦ ଟଙ୍କା ଅତିକ୍ରମ କରିସାରିଲାଣି । ମାର୍ଚ୍ଚ-ଏପ୍ରିଲର ପ୍ରବଳ ଉତ୍ତାପ ଯୋଗୁଁ ଭାରତରେ ଟମାଟୋ ଫସଲ ପ୍ରଭାବିତ ହୋଇଥିଲା, ଫଳସ୍ୱରୂପ ଏହାର ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି । କିନ୍ତୁ ଆଜି ଆମେ ଆପଣଙ୍କୁ ଦୁନିଆର ସବୁଠୁ ଦାମୀ ଟମାଟୋ ବିଷୟରେ କହିବାକୁ ଯାଉଛୁ । ଯାହାର ଦାମ ଶୁଣିଲେ ଆପଣଙ୍କ ହୋସ ଉଡ଼ିଯିବ । ସେହି ଟଙ୍କାରେ ଆପଣ ୫ କିଲୋ ସୁନା କିଣିପାରିବେ ।

ଆମେ ହାଜେରା ଜେନେଟିକ୍ସ ଦ୍ୱାରା ବିକ୍ରି ହେଉଥିବା ଟମାଟୋ ମଞ୍ଜି ବିଷୟରେ କହୁଛୁ । ୟୁରୋପର ବଜାରରେ ହାଜେରାର ସ୍ୱତନ୍ତ୍ର ଟମାଟୋ ମଞ୍ଜି ବହୁମାତ୍ରାରେ ବିକ୍ରି ହେଉଛି । ଏହି ଟମାଟୋ ମଞ୍ଜିର ମୂଲ୍ୟ ଶୁଣିଲେ ଆପଣଙ୍କୁ ଝଟକା ଲାଗିପାରେ । ଏହି ମହଙ୍ଗା ଟମାଟୋ ମଞ୍ଜିର ଏକ କିଲୋଗ୍ରାମ ପ୍ୟାକେଟ୍‌ର ମୂଲ୍ୟ ପ୍ରାୟ ତିନି କୋଟି ଟଙ୍କା ରହିଛି । ଏହି ଟଙ୍କାରେ ଆପଣ ୫ କିଲୋଗ୍ରାମ ସୁନା କିଣି ପାରିବେ ।

ଏହି ଟମାଟୋର ଗୋଟିଏ ମଞ୍ଜିରୁ ପ୍ରାୟ କୋଡ଼ିଏ କିଲୋଗ୍ରାମ ଟମାଟୋ ଉତ୍ପାଦନ କରାଯାଇପାରିବ । ଏହି ଟମାଟୋ ବହୁତ ସ୍ୱାଦିଷ୍ଟ ଓ ଏଥିରେ କୌଣସି ମଞ୍ଜି ନ ଥାଏ । ତେଣୁ ଏହି ଟମାଟୋ ଦର ମଧ୍ୟ ବହୁତ ମହଙ୍ଗା । ଏଠାକାର ଲୋକେ ଏହି ଟମାଟୋକୁ ଖୁବ୍ ପସନ୍ଦ କରିଥାନ୍ତି । ତେଣୁ ଏହି ଟମାଟୋର ଚାହିଦା ଏଠାରେ ଖୁବ୍ ବେଶୀ ।

Leave A Reply

Your email address will not be published.