Latest Odisha News

BREAKING NEWS

ମୟୂରଭଞ୍ଜରେ ଶିଶୁ ହାତୀର ମୃତ୍ୟୁ, ବ୍ୟବଚ୍ଛେଦ ପରେ ପୋଡ଼ାଗଲା ମୃତଦେହ

ବାରିପଦା: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଉପଖଣ୍ଡ ଅଧୀନସ୍ଥ କେନ୍ଦୁମୁଣ୍ଡି ରେଞ୍ଜ ଚତୁରୀ ଘାଟ ରାସ୍ତାରେ ଶୁକ୍ରବାର ଦିନ ଏକ ୫ ବର୍ଷର ଅଣ୍ଡିରା ଶିଶୁ ହାତୀର ମୃତ୍ୟୁ ହୋଇଯାଇଥିବାର ସୂଚନା ମିଳିଛି । ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପରେ ମୃତ ହାତୀ ଶିଶୁଟିକୁ ପୋଡ଼ି ଦିଆଯାଇଛି ।

ମିଳିଥିବା ସୂଚନାନୁଯାୟୀ, ଚତୁରୀଘାଟ ରାସ୍ତା କଡ଼ରେ ଏକ ଶିଶୁ ହାତୀ ଅସୁସ୍ଥ ଅବସ୍ଥାରେ ପଡ଼ିଥିବାର ଲକ୍ଷ୍ୟ କରାଯାଇଥିଲା । ଏହି ହାତୀ ଶାବକକୁ ୪ଟି ହାତୀ ମଧ୍ୟ ଜଗିରହିଥିବାର ସ୍ଥାନୀୟ ଲୋକେ ଦେଖିଛନ୍ତି । ଜନସାଧାରଣ ହାତୀଟି ନିକଟରେ ଭିଡ଼ ଜମାଇବାରୁ ୪ଟି ହାତୀ ଜଙ୍ଗଲ ମଧ୍ୟକୁ ଚାଲିଯାଇଥିଲେ । ବନ ବିଭାଗ ହାତୀକୁ ପରୀକ୍ଷା କରିବା ବେଳକୁ ତାହାର ମୃତ୍ୟୁ ହୋଇଯାଇଥିଲା । ତରଳ ଝାଡ଼ା ଯୋଗୁଁ ହାତୀ ଶାବକର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

ପରେ ମୃତ ହାତୀ ଶାବକକୁ ବ୍ୟବଚ୍ଛେଦ ପରେ ନିଆଁରେ ପୋଡ଼ି ଦିଆଯାଇଥିବା ସୂତ୍ରରୁ ଜଣାପଡ଼ିଛି ।

Leave A Reply

Your email address will not be published.