Latest Odisha News

ଶନିବାର ବନ୍ଦ ରହିବ ମୟୂରଭଞ୍ଜର ସବୁ ସ୍କୁଲ

ଭୁବନେଶ୍ୱର: ଆସନ୍ତାକାଲି ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଆଇଏମଡି। ଯାହା ଫଳରେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଶନିବାର ସମସ୍ତ ସ୍କୁଲ ବନ୍ଦ ନେଇ ଘୋଷଣା କରାଯାଇଛି।

ଜିଲ୍ଲା ଶିକ୍ଷା ଅଧିକାରୀ କହିଛନ୍ତି ଯେ ବର୍ଷା ସମ୍ଭାବନା ଯୋଗୁ ସେପ୍ଟେମ୍ବର ୧୪ରେ ଘରୋଇ ବିଦ୍ୟାଳୟ ସମେତ ସମସ୍ତ ବିଦ୍ୟାଳୟ ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ପୂର୍ବରୁ ମୟୁରଭଞ୍ଜରେ ପ୍ରବଳ ବର୍ଷା ନେଇ ରେଡ୍ ଆଲର୍ଟ ଜାରି କରିଥିଲା ଭାରତୀୟ ପାଣିପାଗ ବିଭାଗ। ଆସନ୍ତାକାଲି ମୟୂରଭଞ୍ଜ ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବେଳେ କିଛି ସ୍ଥାନରେ ଅତି ଭୀଷଣ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି।

ଉଲ୍ଲେଖଯୋଗ୍ୟ, ଦକ୍ଷିଣପୂର୍ବ ବାଂଲାଦେଶ ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଯାହା ୪୮ ଘଣ୍ଟା ମଧ୍ୟରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଯାଇ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଅବପାତରେ ପରିଣତ ହୋଇପାରେ । ଏହାର ପ୍ରଭାବରେ ରାଜ୍ୟରେ ଆଜିଠୁ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଛି ବୋଲି ସତର୍କ କରାଇଛି ପାଣିପାଗ ବିଭାଗ ।

Comments are closed.