ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳବଦଳ ଓ ସମ୍ଭାବ୍ୟ ନୂଆ ମନ୍ତ୍ରୀଙ୍କ ତାଲିକାକୁ ନେଇ ଏବେ ଦିଲ୍ଲୀ ରାଜନୀତି ସରଗରମ । ମୋଦିଙ୍କ ନୂଆ ମନ୍ତ୍ରିମଣ୍ଡଳରେ ଓଡ଼ିଶାକୁ କାହାକୁ ମିଳିବ ସ୍ଥାନ । ଚର୍ଚ୍ଚାରେ ଏବେ ମୟୂରବଞ୍ଜ ସାଂସଦ ବିଶେଶ୍ୱର ଟୁଡୁ । ସେ ଏବେ ଦିଲ୍ଲୀରେ ଅଛନ୍ତି । ବିଶେଷସୂତ୍ରରୁ ମିଳିଥିବା ଖବର ଅନୁସାରେ ଆଜି ବିଶେଶ୍ୱର ଟୁଡୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି. ନଡ୍ଡାଙ୍କୁ ଭେଟିବେ ।
ମୋଦି କ୍ୟାବିନେଟରେ ବିଶେଶ୍ୱର ଟୁଡୁଙ୍କ ସ୍ଥାନ ମିଳିବ କି ? ହାର୍କହର୍ସ ହୋଇପାରନ୍ତି ମୟୂରଭଞ୍ଜ ସାଂସଦ । ପୂର୍ବରୁ ରାଜ୍ୟସଭା ସାଂସଦ ଥିବା ଅଶ୍ୱିନୀ ବୈଷ୍ଣବଙ୍କ ନାଁକୁ ନେଇ ଚର୍ଚ୍ଚା ଚାଲିଥିଲା । କିନ୍ତୁ ଶେଷ ମୂହୂର୍ତ୍ତରେ ବିଶେଶ୍ୱର ଟୁଡୁଙ୍କ ନାଁ ଏବେ ଦିଲ୍ଲୀ ଦରବାରରେ ଚର୍ଚ୍ଚା ହେଲାଣି ।
ପ୍ରଥମ ଥର ସାଂସଦ ହୋଇଛନ୍ତି ବିଶେଶ୍ୱର ଟୁଡୁ । ସେହିପରି ମୟୂରଭଞ୍ଜ ଜିଲ୍ଲାରେ ୧୦ଟି ବିଧାନସଭା କ୍ଷେତ୍ରରୁ ବିଜେପି ୬ଟିରେ ବିଜୟୀ ହୋଇଛି । ଆଦିବାସୀ ବର୍ଗଙ୍କୁ ପ୍ରତିନିଧିତ୍ୱ କରୁଛନ୍ତି ବିଶେଶ୍ୱର ଟୁଡୁ । ସ୍ୱଚ୍ଛ ଭାବମୂତ୍ତି ଥିବା ଏଭଳି ଜଣେ ନେତାଙ୍କୁ ମନ୍ତ୍ରୀ ପଦ ଦେଇ ବିଜେପି କେନ୍ଦ୍ରୀୟ ନେତୃତ୍ୱ ଆଦିବାସୀ ବହୁଳ ଜିଲ୍ଲାକୁ ପ୍ରଧାନ୍ୟ ଦେବାକୁ ଚାହଁବେ ।
Comments are closed.