Latest Odisha News

BREAKING NEWS

ମୋଦୀଙ୍କ ସହ ବ୍ରିକ୍ସ ସମ୍ମିଳନୀରେ ଯୋଗଦେଇଥିଲେ ଗିରଫ ନକଲି ସିବିଆଇ କର୍ମଚାରୀ!

ନୂଆଦିଲ୍ଲୀ: ନିଜକୁ ନକଲି ସିବିଆଇ କର୍ମଚାରୀ ବୋଲାଉଥିବା କଲିକତା ହାଇକୋର୍ଟର ଓକିଲ ସନାତନ ରାୟ ଚୌଧୁରୀଙ୍କୁ ମଙ୍ଗଳବାର ଦିନ କୋଲକାତା ପୋଲିସ ଗିରଫ କରିଥିଲା। ତେବେ ପୋଲିସ ପଚରାଉଚରା ବେଳେ ସେ ଏକ ବଡ ବୟାନ ‌ଦେଇଛନ୍ତି। ସେ କହିଛନ୍ତି ଯେ ୨୦୧୮ ରେ ଜୋହାନ୍ସବର୍ଗରେ ଅନୁଷ୍ଠିତ ଦଶମ ବ୍ରିକ୍ସ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହି ସମ୍ମିଳନୀରେ ଉପସ୍ଥିତ ଥିଲେ।

ସୂଚନା ଅନୁସାରେ, ସନାତନ ଜଣେ ଓକିଲ ହୋଇଥିଲେ ହେଁ ସେ ନିଜକୁ ସିବିଆଇର ସ୍ୱତନ୍ତ୍ର କାଉନସିଲ ଭାବେ ପରିଚୟ ଦେଇଥିଲେ। ସେ ଗରିଆହାଟ ପୁଲିସ୍‌ ଷ୍ଟେସନ ଅଧୀନରେ ଜମି ଓ ବିଲଡିଂ ମଧ୍ୟ ହଡ଼ପ କରିଥିଲେ। ସବୁବେଳେ ନୀଳ ରଙ୍ଗର ବତୀ ଲାଗିଥିବା କାର୍‌ରେ ଯିବା ଆସିବା କରୁଥିବା ସନାତନଙ୍କୁ ଗତକାଲି କୋଲକାତା ପୋଲିସ ଗିରଫ କରିଥିଲା।

Leave A Reply

Your email address will not be published.