Latest Odisha News

BREAKING NEWS

ରାସ୍ତା ନିର୍ମାଣ ଦାବିରେ ଜାତୀୟ ରାଜପଥ ଅବରୋଧ

ମୟୁରଭଞ୍ଜ: ରାସ୍ତା ନିର୍ମାଣ ଦାବିରେ ଜାତୀୟ ରାଜପଥ ଅବରୋଧ। ମୟୁରଭଞ୍ଜ ଜିଲ୍ଲା ମଧ୍ୟ ଦେଇ ଯାଉଥିବା ୧୮ନମ୍ବର ଜାତୀୟ ରାଜପଥର ବାରିପଦାର ଉପଖଣ୍ଠ କନ୍ୟାଶ୍ରମ ଛକରେ ରାସ୍ତା ଅବରୋଧ କରି ବିକ୍ଷୋଭ କରିଛନ୍ତି ଶତାଧିକ ଗ୍ରାମବାସୀ ଏବଂ ମୟୁରଭଞ୍ଜ ମୁକ୍ତି ମୋର୍ଚ୍ଚା।

ସକାଳ ୯ଟାରୁ ଜାତୀୟ ରାଜପଥକୁ ଅବରୋଧ କରିଛି ମୟୁରଭଞ୍ଜ ମୁକ୍ତି ମୋର୍ଚ୍ଚା। ସ୍ଥାନୀୟ ମାରାଙ୍ଗତାଣ୍ଡି ପଞ୍ଚାୟତର ଜିଆଣି କ୍ରସର ଛକରୁ ଝିନେଇ ପ୍ରାଥମିକ ବିଦ୍ୟାଳୟ ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଯାହାକୁ ନେଇ ୨୦୧୭ରୁ ବାରମ୍ବାର ଦାବି କରାଯାଉଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନାହିଁ। ଯାହାଫଳରେ ବାଧ୍ୟ ହୋଇ ୫ଟି ଗ୍ରାମର ଗ୍ରାମବାସୀ ଆଜି ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ପ୍ରଶାସନ କୌଣସି ଲିଖିତ ପ୍ରତିଶ୍ରୁତି ନଦେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ବିକ୍ଷୋଭକାରୀ କହିଛନ୍ତି।

Leave A Reply

Your email address will not be published.