Latest Odisha News

BREAKING NEWS

ଫିଫା ବିଶ୍ୱକପ : ଡେନମାର୍କକୁ ହରାଇ ଫ୍ରାନ୍ସ ନକଆଉଟରେ

ଦୋହା: କିଲିୟନ ଏମ୍ବାପେଙ୍କ ଡବଲ ଗୋଲ ବଳରେ ଚାମ୍ପିୟନ ଫ୍ରାନ୍ସ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ୨-୧ ଗୋଲରେ ଡେନମାର୍କକୁ ହରାଇ ନକଆଉଟ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି । ମ୍ୟାଚର ୬୧ତମ ମିନିଟରେ ଏମ୍ବାପେଙ୍କ ଗୋଲ ବଳରେ ଫ୍ରାନ୍ସ ୧-୦ର ଅଗ୍ରଣୀ ହାସଲ କରିଥିଲା । ମାତ୍ର ଏହାର ୭ ମିନିଟ ପରେ ଡେନମାର୍କର ଆଣ୍ଡ୍ରିଅସ କ୍ରିଷ୍ଟେନଶନ ଗୋଲ କରି ମ୍ୟାଚକୁ ୧-୧ ରୋମାଂଚକ ସ୍ଥିତିକୁ ଆଣି ଦେଇଥିଲେ । ଏହା ପରେ ଉଭୟ ଦଳ ଆକ୍ରମଣାତ୍ମକ ପ୍ରଦର୍ଶନ କରି ମ୍ୟାଚରେ ଅଗ୍ରଣୀ ପାଇଁ ଉଦ୍ୟମ ଆରମ୍ଭ କରିଥିଲେ ।

୮୬ତମ ମିନିଟରେ ଏମ୍ବାପେ ନିର୍ଣ୍ଣାୟକ ଗୋଲଟି ସ୍କୋର କରି ଦଳକୁ ବିଜୟୀ କରାଇଥିଲେ । ଏଥିସହ ଫ୍ରାନ୍ସ ପ୍ରି-କ୍ୱାର୍ଟରରେ ପ୍ରଥମ ଦଳ ଭାବେ ପ୍ରବେଶ କରିଛି । ଏମ୍ବାପେଙ୍କ ଜବରଦସ୍ତ ଫର୍ମ ଫ୍ରାନ୍ସକୁ ଫାଇଦାରେ ରଖୁଛି । ଗତ ସଂସ୍କରଣରେ ମଧ୍ୟ ସେ ୪ଟି ଗୋଲ ସ୍କୋର କରିଥିଲେ ।

Leave A Reply

Your email address will not be published.