Latest Odisha News

BREAKING NEWS

ମୋଦୀଙ୍କ ‘ମନ୍ କି ବାତ୍’: ଜି-୨୦, ସ୍ପେସ୍ ଷ୍ଟାର୍ଟଅପ୍, ନାଗା ସଂସ୍କୃତି, ଶିକ୍ଷା କୃତୀଙ୍କ ଚର୍ଚ୍ଚା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରିଛନ୍ତି ମନ୍ କି ବାତ୍। ୯୫ତମ ଏପିସୋଡରେ ମୋଦୀ ଜି-୨୦ ଓ ଏହା ସମ୍ପର୍କିତ ଅନୁଭୂତିକୁ ବଖାଣିଛନ୍ତି । ତେଲେଙ୍ଗାନାରୁ ହରିପ୍ରସାଦ ଗାରୁ ତାଙ୍କୁ ଜି-୨୦ ଲୋଗୋ ନିଜ ହାତରେ ବୁଣି ପଠାଇଛନ୍ତି। ଆଜିର ମନ୍ କି ବାତ୍ କାର୍ଯ୍ୟକ୍ରମରେ ସେ କହିଛନ୍ତିଯେ, ତେଲେଙ୍ଗାନାରେ ବସି ହରିପ୍ରସାଦ ନିଜକୁ ଜି-୨୦ ସହିତ କେତେ ସଂଶ୍ଳିଷ୍ଟ କରିପାରିଛନ୍ତି । ଆସନ୍ତା ଜି-୨୦ର ଅଧ୍ୟକ୍ଷତା ଭାରତ କରିବାକୁ ଯାଉଥିବାରୁ ହରିପ୍ରସାଦ ନିଜକୁ ଗର୍ବିତ ଅନୁଭବ କରୁଛନ୍ତି ବୋଲି ମୋଦୀଙ୍କୁ ଚିଠି ଲେଖିଛନ୍ତି ।

ମୋଦୀ କହିଛନ୍ତିଯେ, ଜି-୨୦ ସଦସ୍ୟ ରାଷ୍ଟ୍ରଗୁଡିକର ଜନସଂଖ୍ୟା ବିଶ୍ୱ ଜନସଂଖ୍ୟାର ଦୁଇ ତୃତୀୟାଂଶ । ବିଶ୍ୱ ବାଣିଜ୍ୟ ବ୍ୟବସାୟରେ ଜି-୨୦ର ତିନି ଚତୁର୍ଥାଂଶ ସହଭାଗିତା ରହିଛି । ବିଶ୍ୱ ଜିଡିପିରେ ୮୫ ପ୍ରତିଶତ ଭାଗିଦାରୀ ରହିଛି । ଡିସେମ୍ୱର ୧ ତାରିଖରୁ ଏତେ ବଡ଼ ରାଷ୍ଟ୍ରସମୂହର ସମ୍ମିଳନୀର ନେତୃତ୍ୱ ଭାରତ ନେବାକୁ ଯାଉଛି । ଜି-୨୦ ଅଧ୍ୟକ୍ଷତା ଭାରତୀୟଙ୍କ ପାଇଁ ବଡ଼ ସୁଯୋଗ । ଏହାର ଲାଭ ଉଠାଇ ଭାରତ ଗ୍ଲୋବାଲ୍ ଗୁଡ୍ସ ଓ ବିଶ୍ୱ କଲ୍ୟାଣ ଉପରେ ଫୋକସ୍ କରିବ । ଓ୍ୱାନ୍ ଆର୍ଥ, ଓ୍ୱାନ୍ ଫ୍ୟାମିଲି, ଓ୍ୱାନ୍ ଫ୍ୟୁଚର ସହିତ ବସୁଧୈବ କୁଟୁମ୍ୱକମ୍ ଥିମ୍ ଜରିଆରେ ଆମର ପ୍ରତିବଦ୍ଧତା ପରିପ୍ରକାଶ ହେଉଛି ବୋଲି କହିଛନ୍ତି ମୋଦୀ ।

ଭାରତ ୧୮ ନଭେମ୍ୱରରେ ମହାକାଶକୁ ‘ବିକ୍ରମ-ଏସ୍’ ପ୍ରେରଣ କରି ନୂଆ ଇତିହାସ ରଚିଛି । ଭାରତ ସ୍ପେସ୍ ସେକ୍ଟରରେ ଖୁବ୍ ଆଗେଇ ଚାଲିଛି । ପ୍ରାଇଭେଟ୍ ସେକ୍ଟର ବା ଷ୍ଟାର୍ଟଅପ୍ ସ୍ପେସ୍ ରିସର୍ଚ୍ଚରେ ପାଦ ଥାପିଛନ୍ତି । ଡ୍ରୋନ ମାଧ୍ୟମରେ ହିମାଚଳପ୍ରଦେଶରେ ଟ୍ରାନ୍ସପୋର୍ଟକୁ ସେ ଭୂରି ଭୂରି ପ୍ରଶଂସା କରିଛନ୍ତି ।

ଭାରତରୁ ମ୍ୟୁଜିକାଲ ଇନଷ୍ଟ୍ରୁମେଣ୍ଟ ରପ୍ତାନୀ ସାଢେ ତିନି ଗୁଣା ବଢିଛି । ଇଲେକ୍ଟ୍ରିକାଲ ମ୍ୟୁଜିକାଲ ଇନଷ୍ଟ୍ରୁମେଣ୍ଟ ରପ୍ତାନୀ ବି ୬୦ ଗୁଣା ବଢିଥିବାରୁ ଭାରତୀୟ ସଂସ୍କୃତି ଓ ସଙ୍ଗୀତର ଲୋକପ୍ରିୟତା ବଢୁଥିବା ମୋଦୀ କହିଛନ୍ତି । ସେହିପରି ନାଗା ସଂସ୍କୃତିକୁ ବଞ୍ଚାଇବା ପାଇଁ ‘ଲିଡି କ୍ରୁ’ ସଂସ୍ଥାର ପ୍ରୟାସକୁ ମୋଦୀ ପ୍ରଶଂସା କରିଛନ୍ତି । ଶିକ୍ଷାର ପ୍ରଚାର ପ୍ରସାର ଦିଗରେ ଝାଡ଼ଖଣ୍ଡର ସଞ୍ଜୟ କାଶ୍ୟପ ନିଜ ଜିଲ୍ଲାରେ ଛାତ୍ରଛାତ୍ରୀଙ୍କ ପାଇଁ ଲାଇବ୍ରେରୀ ଖୋଲିଛନ୍ତି । ସେହିପରି ହରଦୋଇର ବାଂସା ଗାଁରେ ଲଳିତ ସିଂ ଶିକ୍ଷାର ପ୍ରସାର ପାଇଁ ସାର୍ବଜନୀନ ଲାଇବ୍ରେରୀ ଓ ରିସର୍ଚ୍ଚ ସେଣ୍ଟର ଖୋଲିଥିବାରୁ ମୋଦୀ ତାଙ୍କୁ ମନ କି ବାତ୍ ରେ ପ୍ରଶଂସା କରିଛନ୍ତି ।

 

 

 

 

Leave A Reply

Your email address will not be published.