Latest Odisha News

BREAKING NEWS

ଫିଫା ବିଶ୍ୱକପ: ଗୋଟିଏ ମ୍ୟାଚରେ ୨ଟି ବିଶ୍ୱରେକର୍ଡ କଲେ ଏମ୍ବାପ୍ପେ

ନୂଆଦିଲ୍ଲୀ: ଚଳିତ ଫିଫା ବିଶ୍ୱକପରେ ରାଉଣ୍ଡ ଅଫ ୩୨ ମୁକାବିଲାରେ ଫ୍ରାନ୍ସ ପକ୍ଷରୁ କିଲିୟନ ଏମ୍ବାପ୍ପେ ୨ଟି ଗୋଲ ସ୍କୋର କରିଛନ୍ତି । ତାଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଫ୍ରାନ୍ସ ୩-୦ ଗୋଲରେ ସ୍ୱୀଡେନକୁ ପରାସ୍ତ କରି ପ୍ରି-କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛି । ସେ ୪୫ତମ ଓ ୭୪ତମ ମିନିଟରେ ଗୋଲ ଦୁଇଟି ସ୍କୋର କରିଥିଲେ । ଏମ୍ବାପ୍ପେ ଏହି ମ୍ୟାଚରେ ୨ଟି ବିଶ୍ୱରେକର୍ଡ ମଧ୍ୟ ସ୍ଥାପନ କରିଛନ୍ତି । ବିଶ୍ୱକପ ଇତିହାସରେ ସର୍ବାଧିକ ଗୋଲ କରିବା ତାଲିକାରେ ସେ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି ।

ମେସୀ ୧୯ ଏବଂ ଏମ୍ବାପ୍ପେ ୧୮ ଗୋଲ ସ୍କୋର କରି ପ୍ରଥମ ଏବଂ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ବିଶ୍ୱକପ ନକଆଉଟରେ ସେ ୧୦ ଗୋଲ ସ୍କୋର କରି ବିଶ୍ୱରେକର୍ଡ କରିଛନ୍ତି । ସେ ବ୍ରାଜିଲର ମହାନ ଖେଳାଳି ରୋନାଲ୍ଡୋଙ୍କୁ ପଛରେ ପକାଇ ଦେଇଛନ୍ତି । ବିଶ୍ୱକପ ଇତିହାସରେ ସେ ୪ର୍ଥ ଥର ପାଇଁ ନକଆଉଟ ମୁକାବିଲାରେ ଏକାଧିକ ଗୋଲ ସ୍କୋର କରି ରେକର୍ଡ କରିଛନ୍ତି । ବ୍ରାଜିଲ, ନରୱେ, କାନାଡା, ମରକ୍କୋ, ପାରାଗୁଏ, ଫ୍ରାନ୍ସ ଓ ମେକ୍ସିକୋ ପ୍ରି କ୍ୱାର୍ଟରକୁ ଉନ୍ନୀତ ହୋଇଛନ୍ତି ।

Leave A Reply

Your email address will not be published.