ମେରୁଟ: ମା’ ଓ ବାପା, ମୁଁ ତୁମକୁ ବହୁତ ଭଲ ପାଏ। ତୁମେ ମୋତେ ଅନେକ ସ୍ୱପ୍ନ ଦେଖାଇଲ, ମୋତେ ସେଗୁଡିକ ପୂରଣ କରିବାର ଥିଲା। ମୋତେ ଜୀବନରେ ବହୁତ ଆଗକୁ ଯିବାକୁ ଥିଲା। କିନ୍ତୁ ମୁଁ କିଛି କରିପାରିଲି ନାହିଁ। ମୁଁ ଡାକ୍ତର ହେବାର ଯୋଗ୍ୟ ନୁହେଁ। ମା, ବାପା ଏବଂ ମୋ ଭଉଣୀ। ତୁମେ ସମସ୍ତେ ମୋର ଏହି ପଦକ୍ଷେପ ପାଇଁ ମୋତେ କ୍ଷମା କର। ମୁଁ ବହୁତ ନିରାଶ।
ସୁଇସାଇଡ୍ ନୋଟରେ ଏଭଳି ଲେଖି ମେରୁଟର ଜଣେ ଏମବିବିଏସ୍ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ଶୁକ୍ରବାର ସକାଳେ ଘରର ରୁମରେ ଛାତ୍ରୀଙ୍କ ମୃତଦେହ ମିଳିଥିଲା। ବିଷ ପିଇ ସେ ଆତ୍ମହତ୍ୟା କରିଥିବା ନେଇ ପୋଲିସ ସନ୍ଦେହ କରୁଛି। ଉକ୍ତ ଛାତ୍ରୀଙ୍କ ନାମ ଅନୁଷ୍କା ସିଂ ବୋଲି ଜଣାପଡିଛି। ତାଙ୍କ ପିତାମାତା ଉଭୟ ଡାକ୍ତର ହୋଇଥିବା ବେଳେ ସେମାନଙ୍କର ନର୍ସିଂହୋମ୍ ମଧ୍ଯ ରହିଛି। ଏହି ମାମଲା ଗଙ୍ଗନଗରର ପଞ୍ଚବତୀ କଲୋନୀର ଅଟେ। ଘଟଣା ସମ୍ପର୍କରେ ପୋଲିସ ପରିବାର ସଦସ୍ୟଙ୍କୁ ପଚରାଉଚରା କରିଛି।
ତେବେ ଅନୁଷ୍କା ସିଂ ଲାଲା ଲଜପତ ରାୟ ମେଡିକାଲ କଲେଜର ତୃତୀୟ ବର୍ଷ ଏମବିବିଏସ ଛାତ୍ରୀ ଥିଲେ।
ଗୁରୁବାର ରାତିରେ ଅନୁଷ୍କା ଖାଇସାରିବା ପରେ ତାଙ୍କ ରୁମକୁ ଶୋଇବାକୁ ଯାଇଥିଲେ। ହେଲେ ଶୁକ୍ରବାର ସକାଳୁ ରୁମରୁ ବାହାରକୁ ନଆସିବାରୁ ତାଙ୍କୁ ଉଠାଇବାକୁ ଯାଇଥିଲୁ। ଅନୁଷ୍କା ଖଟ ଉପରେ ମୁହଁ ମାଡିକି ପଡିଥିଲେ। ତାଙ୍କ ପାଖକୁ ଯାଇ ଦେଖିଲା ବେଳକୁ ତାଙ୍କ ଜୀବନ ଚାଲି ଯାଇଥିଲା। ଯାହା ପରେ ସେମାନେ ପୋଲିସକୁ ଖବର ଦେଇଥିଲେ।
Comments are closed.