Latest Odisha News

BREAKING NEWS

ମ୍ୟାକକୁଲାମ ହେଲେ ଇଂଲଣ୍ଡ କ୍ରିକେଟ ଟିମର ମୂଖ୍ୟ କୋଚ

ଲଣ୍ଡନ: ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ ନ୍ୟୁଜିଲାଣ୍ଡର ମହାନ ଖେଳାଳି ବ୍ରେଣ୍ଡନ ମ୍ୟାକକୁଲାମଙ୍କୁ ଗୁରୁ ଦାୟିତ୍ୱ ପ୍ରଦାନ କରିଛି । ମଙ୍ଗଳବାର ଇସିବି ମ୍ୟାକକୁଲାମଙ୍କୁ ହ୍ୱାଇଟ ବଲ ଟିମର ମୂଖ୍ୟ କୋଚ ଭାବେ ନିଯୁକ୍ତ କରିଛି । ଆସନ୍ତା ବର୍ଷ ଜାନୁୟାରୀରୁ ସେ ଏହି ଦାୟିତ୍ୱ ତୁଲାଇବେ । ୨୦୨୭ ପର୍ଯ୍ୟନ୍ତ ତାଙ୍କ ସହ ବୋର୍ଡ ଚୁକ୍ତି କରିଛି । ପୂର୍ବ କୋଚ ମାଥ୍ୟୁ ମୋଟ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ମାଥ୍ୟୁଙ୍କ ପ୍ରଶିକ୍ଷଣରେ ଇଂଲଣ୍ଡ ଭଲ ପ୍ରଦର୍ଶନ କରିଥିଲା । ଅପରପକ୍ଷରେ ମ୍ୟାକକୁଲାମ ୨୦୨୨ରୁ ଇଂଲଣ୍ଡ ଟେଷ୍ଟ ଟିମ କୋଚ ରହିଛନ୍ତି । ମାର୍କସ ଟ୍ରେସ୍କୋଥିକ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ଓ ଏବଂ ଚଳିତ ବର୍ଷ ଶେଷ ଭାଗରେ ହେବାକୁ ଥିବା ୱେଷ୍ଟଇଣ୍ଡିଜ ଗସ୍ତରେ କୋଚ ଦାୟିତ୍ୱ ତୁଲାଇବେ ।

ଇଂଲଣ୍ଡ ପୁରୁଷ କ୍ରିକେଟ ଟିମର ମ୍ୟାନେଜିଂ ଡାଇରେକ୍ଟର ରବ କି କହିଛନ୍ତି ଯେ, ବ୍ରେଣ୍ଡନଙ୍କ ଉପସ୍ଥିିତି ଦଳକୁ ଫାଇଦାରେ ରଖିବ । ଟେଷ୍ଟ ଟିମର ସଫଳତା ପରେ ଏବେ ଆମେ ଧଳା ବଲ ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିବୁ ବୋଲି ମ୍ୟାକକୁଲାମ କହିଛନ୍ତି । ଇଂଲଣ୍ଡ କ୍ରିକେଟ ଟିମରେ ଅନେକ ପ୍ରତିଭାବାନ ଖେଳାଳି ରହିଛନ୍ତି । ଖୁବ ଶୀଘ୍ର ଏକ ନମ୍ବର ଟିମ ହେବୁ ବୋଲି ସେ କହିଛନ୍ତି ।

Comments are closed.