Latest Odisha News

BREAKING NEWS

ପାଚିକାଙ୍କୁ ଆନ୍ଦୋଳନ କରିବାର ଆବଶ୍ୟକତା ନାହିଁ: ଗଣଶିକ୍ଷା ମନ୍ତ୍ରୀ

ପାଚିକାଙ୍କ ଦରମା ବୃଦ୍ଧି ଦାବି ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବୟାନ

ଭୁବନେଶ୍ୱର: ଓଡ଼ିଶା ସ୍କୁଲରେ ମଧ୍ୟାହ୍ନ ଭୋଜନରେ କାର୍ଯ୍ୟରତ ଥିବା ପାଚିକାଙ୍କ ଦରମା ବୃଦ୍ଧି ଏବଂ ଅନ୍ୟାନ୍ୟ ଦାବି ନେଇ ପ୍ରତିବାଦ ଜୋର୍ ଧରିଛି। ତେବେ ମଙ୍ଗଳବାର ଏହା ଦ୍ୱିତୀୟ ଦିନରେ ପହଞ୍ଚିଥିବା ନେଇ ସୂଚନା ମିଳିଛି।

ରାଜ୍ୟରେ ମଧ୍ୟାହ୍ନ ଭୋଜନ ଯୋଜନା ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିବା ସତ୍ତ୍ୱେ ସେମାନଙ୍କୁ ଅବହେଳିତ କରାଯାଉଥିବା ସହ କମ ଦରମା ଦିଆଯାଉଥିବା ନେଇ ଅଭିଯୋଗ ହୋଇଛି।

ସେମାନଙ୍କର ମାସିକ ଦରମା ୩୦୦୦ ଟଙ୍କାରୁ ବୃଦ୍ଧି କରି ୧୩୮୬୦ ଟଙ୍କା କରାଯାଉ ବୋଲି ଦାବି କରାଯାଇଛି। ଏଥିସହିତ ସମସ୍ତ ପାଚିକା ଏବଂ ସହାୟିକାଙ୍କୁ ଆନୁଷ୍ଠାନିକ ନିଯୁକ୍ତି ପତ୍ର ଏବଂ ପରିଚୟପତ୍ର ମାନ ପ୍ରଦାନ କରିବାକୁ ମଧ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି। ଯାହାଦ୍ଵାରା ସେମାନଙ୍କ ନିଯୁକ୍ତି ବୈଧ ହେବା ସହ ଚାକିରିରେ ସୁରକ୍ଷା ସୁନିଶ୍ଚିତ କରାଯାଇପାରିବ। ସେମାନଙ୍କୁ ସମୟସୀମା ମଧ୍ୟରେ ଦରମା ଦେବାକୁ ମଧ୍ୟ ଦାବି କରାଯାଇଛି।

ସରକାର ଚଳିତ ବର୍ଷ ଜାନୁଆରୀରେ ‘ପାଚିକା’ ମାନଙ୍କ ମାସିକ ପାରିଶ୍ରମିକକୁ ୨୦୦୦ ଟଙ୍କାରୁ ୩୦୦୦ ଟଙ୍କାକୁ ବୃଦ୍ଧି କରିଥିବା ନେଇ ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗୋଣ୍ଡ କହିଛନ୍ତି ।ଯାହାଦ୍ଵାରା ରାଜ୍ୟବ୍ୟାପୀ ପ୍ରାୟ ୧.୧୨ ଲକ୍ଷ ପାଚିକାଙ୍କୁ ଏହାର ଲାଭ ମିଳିପାରିଛି। ତେବେ ଏହି ନିଷ୍ପତ୍ତି ଫଳରେ ସରକାରଙ୍କ ଉପରେ ବାର୍ଷିକ ୧୧୨କୋଟି ଟଙ୍କାରୁ ଅଧିକ ଆର୍ଥିକ ବୋଝ ଯୋଡି ହୋଇଯାଇଥିବାର ସେ କହିଛନ୍ତି। ତେଣୁ ସେମାନଙ୍କ ପକ୍ଷରୁ ପୁନଃ ଏହି ଆନ୍ଦୋଳନ ଉପଯୁକ୍ତ ନୁହେଁ ଓ ସେମାନଙ୍କୁ କାମ ଜାରି ରଖିବାକୁ ମନ୍ତ୍ରୀ କହିଛନ୍ତି।

 

Leave A Reply

Your email address will not be published.