Latest Odisha News

BREAKING NEWS

କୋଭିଡ-୧୯: “ମି ଠୁ” ମାମଲାରେ ଦଣ୍ଡ ଭୋଗିଥିବା ଏହି ଚଳଚ୍ଚିତ୍ର ନିର୍ମାତାଙ୍କ ରିପୋର୍ଟ ପଜେଟିଭ

ୱାଶିଂଟନ୍: “ମି ଠୁ” ମାମଲାରେ ଦଣ୍ଡ ଭୋଗୁଥିବା ହଲିଉଡ଼ ଚଳଚ୍ଚିତ୍ର ନିର୍ମାତା ହାର୍ଭେ ୱେନଷ୍ଟାଇନଙ୍କ ଠାରେ କରୋନାଭାଇରସ୍ ଥିବା ଜଣାପଡିଛି । ୱେନଷ୍ଟାଇନ ଆମେରିକାରେ କୋଭିଡ-୧୯ ପରୀକ୍ଷା କଟିଥିଲେ ଯାହାର ରିପୋର୍ଟ ପଜିଟିଭ୍ ଆସିଥିବା ଆମେରିକାର ଗଣମାଧ୍ୟମ ପ୍ରକାଶ କରିଛି ।

ଯୌନ ନିର୍ଯ୍ୟାତନା ଅଭିଯୋଗରେ ୱେନଷ୍ଟାଇନ (୬୮) ଉତ୍ତର ନ୍ୟୁୟର୍କ ରାଜ୍ୟରେ ଗତ ୨୩ ବର୍ଷ ହେବ କାରାଦଣ୍ଡରେ ଦଣ୍ଡିତ ହୋଇଛନ୍ତି ।

ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ପୂର୍ବତନ ଚଳଚ୍ଚିତ୍ର ନିର୍ମାତାଙ୍କର ନମୁନା ପରୀକ୍ଷା କରାଯାଇଥିବା କେନ୍ଦ୍ରରୁ ପ୍ରଥମେ ରବିବାର ସନ୍ଧ୍ୟାରେ ସ୍ଥାନୀୟ ଗଣମାଧ୍ୟମକୁ ଜଣାଯାଇଥିଲା।

ୱେନଷ୍ଟାଇନଙ୍କ ମୁଖପାତ୍ର ଏହି ପ୍ରସଙ୍ଗରେ ଆମେରିକାର ଗଣମାଧ୍ୟମକୁ ମନ୍ତବ୍ୟ ଦେବାକୁ ମନା କରି ଦେଇଛନ୍ତି।

ହଲିଉଡ ଷ୍ଟାର ଆଞ୍ଜେଲିନା ଜୋଲି ଏବଂ ସଲମା ହାଏକଙ୍କ ସମେତ ପ୍ରାୟ ୯୦ ଜଣ ମହିଳା ‘ଲଭ୍ ସେକ୍ସପିଅର୍ ଇନ୍ ଲଭ୍’ର ଓସ୍କାର ବିଜେତା ୱେନଷ୍ଟାଇନଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଛନ୍ତି।

Comments are closed.