Latest Odisha News

BREAKING NEWS

କରୋନାଭାଇରସ ପ୍ରଭାବ; ଖସିଲା ସେନସେକ୍ସ, ୪୫ମି. ଅଟକିଲା କାରବାର

ନୂଆଦିଲ୍ଲୀ: ‘କରୋନାଭାଇରସ’ ଧୀରେ ଧୀରେ ବିଭିନ୍ନ ରାଷ୍ଟ୍ରକୁ କାୟା ବିସ୍ତାର କରୁଥିବା ବେଳେ ଏହାର ପ୍ରଭାବ ଦେଶର ଅର୍ଥନୀତି ଉପରେ ମଧ୍ୟ ପଡୁଛି ।

ଏହି ପରିପ୍ରେକ୍ଷୀରେ ସୋମବାର ଦିନ ସେୟାର ବଜାରରେ ନିବେଶକମାନେ ବହୁ କ୍ଷତି ସହିଛନ୍ତି । କାରବାର ଆରମ୍ଭରୁ ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସଇ) ସେନସେକ୍ସ ୨୩୦୭ପଏଣ୍ଟ ହ୍ରାସ ପାଇ ୨୭ ହଜାର ୬୦୮ରେ ପହଞ୍ଚିଥିଲା । ଯାହାଫଳରେ କେଇ ମିନିଟରେ ନିବେଶକମାନେ ପାଖାପାଖି ୮ ଲକ୍ଷ କୋଟି ହରାଇଛନ୍ତି ।

ଅପରପକ୍ଷରେ ନିଫ୍ଟି ପ୍ରାୟ ୮ ଶହ ପଏଣ୍ଟ କମି ୭ ହଜାର ୯ ଶହ ୪୫ରେ ଖୋଲିଥିଲା । ଯାହାଫଳରେ ସେୟାର ବଜାରକୁ ପ୍ରାୟ ୪୫ମି. ଯାଏଁ ବନ୍ଦ କରିଦିଆଯାଇଥିଲା ବୋଲି ସୂଚନା ମଳିଛି ।

ସୂଚନାଯୋଗ୍ୟ, ବର୍ତ୍ତମାନ ସମୟରେ ଏହି କରୋନା ଭୂତାଣୁ ଧୀରେଧୀରେ ଥାଇଲାଣ୍ଡ, ଆମେରିକା, ତାଇୱାନ୍, ଭିଏତନାମ, ସିଙ୍ଗାପୁର, ଇଟାଲି, ଇରାନ, ଚୀନ ଓ ୟୁରୋପ ଭଳି ପାଖାପାଖି ୧୯୨ଟି ଦେଶକୁ ମଧ୍ୟ ବ୍ୟାପିବାରେ ଲାଗିଛି ।

Leave A Reply

Your email address will not be published.