Latest Odisha News

BREAKING NEWS

ସିଙ୍ଗାପୁର ପ୍ରଧାନମନ୍ତ୍ରୀଙ୍କ ବିବାଦିୟ ବୟାନ, ରାଷ୍ଟ୍ରଦୂତ ଡାକି ଆପତ୍ତି ଜଣାଇଲା ଭାରତ

ନୂଆଦିଲ୍ଲୀ: ସିଙ୍ଗାପୁର ସଂସଦରେ ବିତର୍କ ସମୟରେ ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲି ସିଏନ ଲୁଙ୍ଗ ଦେଇଥିବା ବୟାନ ବିବାଦ ସୃଷ୍ଟି କରିଛି । ସେ ଏକ ଉଦାହରଣ ଦେଇ କହିଥିଲେ ଯେ, ଜବାହରଲାଲ ନେହେରୁଙ୍କ ଦେଶ ଭାରତର ଲୋକସଭାରେ ଏବେ ଅଧାରୁ ଅଧିକ ସାଂସଦଙ୍କ ନାଁରେ ଅପରାଧିକ ମାମଲା ରହିଛି । ଯଦିଓ ଏଗୁଡ଼ିକ ମଧ୍ୟରୁ କେତେକ ମାମଲା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ।

ସୂଚନା ଅନୁସାରେ, ସିଙ୍ଗାପୁର ସଂସଦର ଏକ ବିତର୍କରେ ଭାଗ ନେଇ ଲୁଙ୍ଗ କହିଥିଲେ ଯେ ସ୍ୱାଧୀନତା ପାଇଥିବା ଅଧିକାଂଶ ଦେଶ ଆରମ୍ଭରୁ ଉଚ୍ଚ ମୂଲ୍ୟବୋଧ ଓ ଆଦର୍ଶକୁ ନେଇ ଆରମ୍ଭ ହୋଇଥାନ୍ତି । ସ୍ୱାଧୀନତା ସଂଗ୍ରାମ ଲଢିଥିବା ନେତାମାନେ ଉଚ୍ଚ ମୂଲ୍ୟବୋଧ ହୋଇଥାନ୍ତି । ସେମାନଙ୍କ ମଧ୍ୟରେ ରହିଛନ୍ତି ଡେଭିଡ଼ ବେନ୍ ଗୁରିଅନ୍ସ ଏବଂ ଜବାହର ଲାଲ୍ ନେହେରୁ ଇତ୍ୟାଦି । ସେ ଏକ ଉଦାହରଣ ଦେଇ କହିଥିଲେ ଯେ, ଜବାହରଲାଲ ନେହେରୁଙ୍କ ଦେଶ ଭାରତର ଲୋକସଭାରେ ଏବେ ଅଧାରୁ ଅଧିକ ସାଂସଦଙ୍କ ନାଁରେ ଅପରାଧିକ ମାମଲା ରହିଛି । ଯଦିଓ ଏଗୁଡ଼ିକ ମଧ୍ୟରୁ କେତେକ ମାମଲା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ । ସିଙ୍ଗାପୁର ପ୍ରଧାନମନ୍ତ୍ରୀଙ୍କ ଏହି ବୟାନ ବିବାଦ ସୃଷ୍ଟି କରିଛି ।

ଏହି ବୟାନର ପ୍ରତିବାଦ କରିବାକୁ ଯାଇ ଭାରତ ସରକାର ସିଙ୍ଗାପୁର ରାଷ୍ଟ୍ରଦୂତଙ୍କୁ ଡକାଇ ଆପତ୍ତି ଜଣାଇଛନ୍ତି । ଭାରତୀୟ ସାଂସଦମାନଙ୍କୁ ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଅପରାଧୀ କହିଥିବାରୁ ଏନେଇ ଭାରତ ତୀବ୍ର ଆପତ୍ତି ଉଠାଇଛି ।

Comments are closed, but trackbacks and pingbacks are open.