Latest Odisha News

BREAKING NEWS

ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗ: ଓଡ଼ିଶାରେ ଶ୍ରେଷ୍ଠ ସ୍ଥାନରେ କିଟ୍

ଭୁବନେଶ୍ୱର: ଅନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗରେ ପୁଣି ସଫଳତା ହାସଲ କରି ଶ୍ରେଷ୍ଠ ସ୍ଥାନରେ ରହିଛି କିଟ୍ ବିଶ୍ୱବିଦ୍ୟାଳୟ । ମଙ୍ଗଳବାର ଟାଇମ୍ସ ହାଇଅର ଏଜୁକେସନ ପକ୍ଷରୁ ସୂଚନା ଦିଆଯାଇଛି ।

୫୦ବର୍ଷରୁ କମ୍ ସମୟ ମଧ୍ୟରେ ପ୍ରତିଷ୍ଠା ଲାଭ କରିଥିବା ବିଶ୍ୱର ଖ୍ୟାତି ସମ୍ପନ୍ନ ବିଶ୍ୱବିଦ୍ୟାଳୟକୁ ନେଇ ଟାଇମ୍ସ ହାଇଅର ଏଜୁକେସନ୍ ପକ୍ଷରୁ ପ୍ରତିବର୍ଷ ରାଙ୍କିଙ୍ଗ କରାଯାଇଆସୁଛି । ୨୦୨୨ ବର୍ଷ ପାଇଁ ଟାଇମ୍ସ ହାଇଅର ଏଜୁକେସନ୍ ପକ୍ଷରୁ କରାଯାଇଥିବା ଏହି ରାଙ୍କିଙ୍ଗରେ କିଟ୍ ବିଶ୍ୱବିଦ୍ୟାଳୟ ୨୫୧+ ସ୍ଥାନରେ ରହି ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଦେଇଛି ।

୨୦୨୧ରେ କିଟ୍ ବିଶ୍ୱବିଦ୍ୟାଳୟ ଟାଇମ୍ସ ହାଇଅର ଏଜୁକେସନ୍ ପକ୍ଷରୁ ପ୍ରକାଶ ପାଇଛି ବିଶ୍ୱର ରାଙ୍କିଙ୍ଗ ୟୁନିଭରସିଟି ତାଲିକାର ୩୦୧+ ସ୍ଥାନରେ ରହିଥିଲା । ଟାଇମ୍ସ ହାଇଅର ଏଜୁକେସନ୍ ପକ୍ଷରୁ ଶିକ୍ଷାଦାନ, ଗବେଷଣା, ଅନ୍ତର୍ଜାତିକ ଦୃଷ୍ଟିଭଙ୍ଗୀ ଓ ଔଦ୍ୟୋଗିକ ଉତ୍ପାଦନ ଆଦି ୫ଟି ମାନଦଣ୍ଡକୁ ବିଚାରକୁ ନେଇ ଏହି ରାଙ୍କିଙ୍ଗ କରାଯାଇଛି ।

କିଟ୍ ବିଶ୍ୱବିଦ୍ୟାଳୟ ମାତ୍ର ୧୮ବର୍ଷର ବିଶ୍ୱବିଦ୍ୟାଳୟ ହୋଇଥିବା ବେଳେ ୨୫ବର୍ଷର ଅନୁଷ୍ଠାନ । ଖୁବ୍ କମ ସମୟ ମଧ୍ୟରେ ଗୁଣାତ୍ମକ ଶିକ୍ଷାଦାନ, ଗବେଷଣା, ଶୈକ୍ଷିକ ପରିବେଶ, ଛାତ୍ର ଓ କର୍ମଚାରୀ ଅନୁକୂଳ ପରିବେଶ ଏବଂ ବିଶେଷ କରି ଅନ୍ତର୍ଜାତିକ ଦୃଷ୍ଟିଭଙ୍ଗୀ ଯୋଗୁଁ କିଟ୍ ବିଶ୍ୱବିଦ୍ୟାଳୟକୁ ଏଭଳି ସମ୍ମାନ ମିଳିପାରୁଛି ବୋଲି କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ପ୍ରକାଶ କରିଛନ୍ତି ।

ଏହି ସଫଳତା ପାଇଁ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କିଟର ଛାତ୍ରଛାତ୍ରୀ, ଅଭିଭାବକ, ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀଙ୍କ ସହଯୋଗ ଓ ନିଷ୍ଠ ଯୋଗୁଁ ଏହି ସଫଳତା ମିଳିବା ସମ୍ଭବ ହୋଇପାରିଛି ବୋଲି କହିଛନ୍ତି । ଅନ୍ୟପକ୍ଷରେ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀମାନେ ମଧ୍ୟ ଶ୍ରୀ ସାମନ୍ତଙ୍କ ଦୂରଦୃଷ୍ଟି ଯୋଗୁଁ କିଟ୍ ବିଶ୍ୱବିଦ୍ୟାଳୟ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରିପାରୁଛି ବୋଲି କହିଛନ୍ତି ।

Comments are closed, but trackbacks and pingbacks are open.