Latest Odisha News

BREAKING NEWS

ରାୟଗଡ଼ାରେ ମିଡିଆ କେୟାର ସାଧାରଣ ବୈଠକ ଅନୁଷ୍ଠିତ; ସାମ୍ବାଦିକଙ୍କୁ ସରକାରୀ ସ୍ୱୀକୃତି ଦାବି

ରାୟଗଡ଼ା: ମଙ୍ଗଳବାର ରାୟଗଡ଼ା ଜିଲ୍ଲା ମିଡିଆ କେୟାରର ସାଧାରଣ ବୈଠକ କୃଷ୍ଣଚନ୍ଦ୍ର ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଓଡ଼ିଶା ବାଇଟସ୍ ଏବଂ ଓଡ଼ିଶା ସମ୍ବାଦର ସମ୍ପାଦକ ସନ୍ଦୀପ ମିଶ୍ର, କନକ ଟିଭିର ସମ୍ପାଦକ ମନୋରଞ୍ଜନ ମିଶ୍ର ଏବଂ ବରିଷ୍ଠ ସାମ୍ବାଦିକ ଭକ୍ତ ତ୍ରିପାଠୀ ଭର୍ଚୁଆଲରେ ଯୋଗ ଦେଇ ସାମ୍ବାଦିକ କଲ୍ୟାଣର ବିଭିନ୍ନ ଦିଗ ବିଷୟରେ ଆଲୋଚନା କରିଥିଲେ ।

ସମସ୍ତ କାର୍ଯ୍ୟରତ ସାମ୍ବାଦିକଙ୍କୁ ସ୍ୱାସ୍ଥ୍ୟ ବୀମା, ବିଭିନ୍ନ ମଙ୍ଗଳକାରୀ ଯୋଜନା ସହ ଯୋଡ଼ିବା ଏବଂ ସମସ୍ତ ସୁବିଧା ପାଉଥିବା ସାମ୍ବାଦିକଙ୍କୁ ସରକାରୀ ସ୍ୱୀକୃତି ଦେବା ବିଷୟରେ କହିଥିଲେ । ଏହା ସହ ଘରୋଇ ଓ ସରକାରୀ ଅନୁଷ୍ଠାନ ସାମ୍ବାଦିକମାନଙ୍କୁ ଆବଶ୍ୟକ ସ୍ଥଳେ ସଠିକ୍ ତଥ୍ୟ ଦେବା ବିଷୟକୁ ଆଲୋଚନା କରିଥିଲେ । ଏବଂ ସମସ୍ତ ସାମ୍ବାଦିକଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ ସରକାରଙ୍କ ସହ ଆଲୋଚନା କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ।

ବୈଠକ ଅବସରରେ, ଗତ ଜିଲ୍ଲା ପରିଷଦ ବୈଠକରେ ଜିଲ୍ଲାପାଳ ସାମ୍ବାଦିକଙ୍କୁ ଅପମାନ କରିବା ଘଟଣାକୁ ନିନ୍ଦା କରିବା ସହ ଜିଲ୍ଲାପାଳ ସର୍ବସାଧାରଣରେ କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲେ ।

କାର୍ଯ୍ୟକ୍ରମରେ ଜିଲ୍ଲା ମିଡିଆ କେୟାର ସଭାପତି ବାଦଲ ତା, ଗୁଣୁପୁର ପ୍ରେସ ୟୁନିଅନ ସଭାପତି ପ୍ରମୋଦ କୁମାର ସାହୁ, ସାଧାରଣ ସମ୍ପାଦକ ରଂଜନ ରଥ ଏବଂ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଅଜୟ ରଥ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ କରୋନା କାଳରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା କିଛି ସାମ୍ବାଦିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Leave A Reply

Your email address will not be published.