Latest Odisha News

ଗଣମାଧ୍ୟମ ଅଧ୍ୟାପକ ଡକ୍ଟର ପ୍ରଦୀପ ମହାପାତ୍ର ଅସୁସ୍ଥ

ଭୁବନେଶ୍ୱର: ଗୁରୁତର ଅବସ୍ଥାରେ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହେଲେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ସାମ୍ବାଦିକତା ଏବଂ ଗଣଯୋଗାଯୋଗ ବିଭାଗର ଅବସରପ୍ରାପ୍ତ ବିଭାଗୀୟ ମୁଖ୍ୟ ଡକ୍ଟର ପ୍ରଦୀପ ମହାପାତ୍ର । କିଛିଦିନ ତଳେ ସେ ହଠାତ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ବ୍ରହ୍ମପୁରରୁ ଭୁବନେଶ୍ୱର ଅଣାଯାଇଥିଲା। ପ୍ରାଥମିକ ଅବସ୍ଥାରେ ତାଙ୍କର ନିମୋନିଆ ଯୋଗୁଁ ଫୁସଫୁସ ଗୁରୁତର ଭାବେ ଆକ୍ରାନ୍ତ ହୋଇଥିବା ଚିକିତ୍ସାରୁ ଜଣାପଡ଼ିଥିଲା।

ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ତାଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ଚିକିତ୍ସା ସମୟରେ ତାଙ୍କର ହଠାତ ହୃଦଘାତ ହେବା ସହ ମସ୍ତିଷ୍କ ଗୁରୁତର ଭାବେ ପ୍ରଭାବିତ ହୋଇଥିବା ସୂଚନା ମିଳିଛି। ଡକ୍ଟର ମହାପାତ୍ରଙ୍କ ଅସୁସ୍ଥତା ସମ୍ପର୍କରେ ଖବର ପାଇ ଦେଶ ବିଦେଶରେ ଥିବା ତାଙ୍କର ଛାତ୍ରଛାତ୍ରୀ ତଥା ଓଡ଼ିଶା ଗଣମାଧ୍ୟମର ପ୍ରମୁଖ ବ୍ୟକ୍ତିତ୍ୱମାନେ ଚିନ୍ତା ପ୍ରକାଶ କରିବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

Comments are closed.