Latest Odisha News

BREAKING NEWS

ଆସିଲା ଖୁସି ଖବର; ଜଗତସିଂହପୁରରେ ହେବ ମେଡିକାଲ କଲେଜ

ଭୁବନେଶ୍ବର: ଜଗତସିଂହପୁରବାସୀଙ୍କ ପାଇଁ ଆସିଲା ଖୁସି ଖବର । ଜଗତସିଂହପୁରରେ ମେଡିକାଲ କଲେଜ ହେବ ବୋଲି ଶନିବାର ବିଧାନସଭାରେରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି।

ବ୍ୟୟ ମଞ୍ଜୁର ବିଲ ଆଲୋଚନାବେଳେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଜଗତସିଂହପୁରରେ ମେଡିକାଲ କଲେଜ ହେଲେ କିଛିକାଂଶରେ ରାଜ୍ୟବାସୀଙ୍କ ସମସ୍ୟା କମିଯିବ। ଲୋକେ ଉନ୍ନତଧରଣର ସ୍ବାସ୍ଥ୍ୟସେବା ପାଇବେ।

ଏଥିପାଇଁ ମୁଖ୍ୟମନ୍ତ୍ରୀ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ। ବହୁ ଦିନର ଜଗତସିଂହପୁର ବାସୀଙ୍କର ଏହି ଦାବି ଥିଲା।

ଆହୁରି ମଧ୍ୟ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମ ପାଇଁ କର୍ମ ହେଉଛି ଏକମାତ୍ର ମାନଦଣ୍ଡ। ଓଡ଼ିଶାକୁ ବିକାଶ ରାସ୍ତାରେ ଦୌଡ଼ାଇବା ପାଇଁ ବଜେଟ୍ ଆଣିଛୁ। ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶାରେ ପରିଣତ କରିବା ଆମ ଲକ୍ଷ୍ୟ ।

ସୂଚନାଥାଉକି, ଗତ ଡିସେମ୍ବରରେ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଥିଲେ, ୩୦ ଜିଲ୍ଲାରେ ମେଡ଼ିକାଲ କଲେଜ ପ୍ରତିଷ୍ଠା କରାଯିବ । ମେଡିକାଲ କଲେଜରୁ ବାଦ ରହିଥିବା ଜଗତସିଂହପୁରରେ ମେଡିକାଲ କଲେଜ ପ୍ରତିଷ୍ଠା ନେଇ ଶନିବାର ଦିନ ମୁଖ୍ୟମନ୍ତ୍ରୀ କହିଛନ୍ତି ।

Comments are closed.