କଟକ:ଗୁରୁବାର ତ୍ରିଶୁଳିଆ ନିକଟ ନେତାଜୀ ସୁଭାଷ ସେତୁ ତଳ କାଠଯୋଡି ନଦୀର ପାଣି ଭିତରୁ ସନ୍ଦେହଜନକ ଭାବେ ପଡ଼ିଥିବା ଜଣେ ଡାକ୍ତରୀ ଛାତ୍ରୀଙ୍କ ମୃତହେଦ ଉଦ୍ଧାର କରିଛି ପୋଲିସ। ମୃତ ଛାତ୍ରୀ ଜଣଙ୍କ ବାଲେଶ୍ବର FM ମେଡିକାଲ କଲେଜର ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ। ତାଙ୍କ ଘର ମୟୂରଭଂଜ ଜିଲ୍ଲା ଉଦଳା ଅଞ୍ଚଳରେ।
ତେବେ ପୋଲିସ ମୃତକଙ୍କ ପରିବାରକୁ ସୂଚନା ଦେଇଛି।
ସୂଚନାଥାଉକି, ସକାଳ ଛଅଟା ବେଳେ ପ୍ରାତଃ ଭ୍ରମଣରେ ଯାଉଥିବା କିଛି ଲୋକ ମୃତଦେହକୁ ପାଣି ଭିତରେ ପଡ଼ିଥିବା ଦେଖି ପୋଲିସକୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ବାରଙ୍ଗ ଥାନା ପୋଲିସ ଓ ଅଗ୍ନିଶମ ବାହିନୀରେ କର୍ମଚାରୀମାନେ ପହଞ୍ଚିଥିଲେ। ସେଠାରେ ମାତ୍ର ଦୁଇ ଫୁଟ ଗଭୀର ପାଣି ଭିତରେ ବୁଡିରହିଥିବା ମୃତଦେହଟିକୁ ଦେଖି ଥିଲେ। ପୋଲିସ ନଦୀ ଭିତରୁ ଯୁବତୀଙ୍କ ମୃତଦେହ ସହ ସେତୁ ଉପରୁ ଚପଲ ଓ ବ୍ୟାଗକୁ ଜବତ କରିଛି। ଉକ୍ତ ବ୍ୟାଗରୁ ଏକ ପ୍ରେସ୍କ୍ରିିପ୍ଶନ୍ ସମେତ ଏଟିଏମ୍ କାର୍ଡ ଓ ମୋବାଇଲ୍ ଫୋନ୍ ମିଳିଛି।
ଉଦ୍ଧାର ପରେ ପୋଲିସ ଥାନାରେ ଅପମୃତ୍ୟୁ ମାମଲା ରୁଜ କରିଛି । ଏହା ହତ୍ୟା କି ଆତ୍ମହତ୍ୟା ସ୍ପଷ୍ଟ ହୋଇନାହିଁ।

Comments are closed.