Latest Odisha News

ଗୋଆରେ ପ୍ରଥମଥର ମହିଳା ପ୍ରାର୍ଥୀ ଉଦ୍ୟୋଗପତି ପଲ୍ଲବିଙ୍କୁ ଟିକେଟ ଦେଲା ବିଜେପି

ପଣଜୀ: ଗୋଆରେ ପ୍ରଥମ ଥର ମହିଳା ପ୍ରାର୍ଥୀଙ୍କୁ ଟିକେଟ ଦେଇଛି ବିଜେପି। ଡେମ୍ପୋ ଇଣ୍ଡଷ୍ଟ୍ରିଜର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପଲ୍ଲବି ଡେମ୍ପୋ ଗୋଆରୁ ବିଜେପି ପ୍ରାର୍ଥୀ ଭାବରେ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି। ସାଧାରଣ ନିର୍ବାଚନ ପାଇଁ ୧୧୧ ଜଣ ପ୍ରାର୍ଥୀଙ୍କ ତାଲିକାରେ ବିଜେପି ରବିବାର ଦକ୍ଷିଣ ଗୋଆର ପ୍ରାର୍ଥୀ ଡେମ୍ପୋ ବୋଲି ଘୋଷଣା କରିଛି।

ଗୋଆ ଉଦ୍ୟୋଗୀ ତଥା ଶିକ୍ଷାବିତ୍‌ ପଲ୍ଲବି ରସାୟନ ବିଜ୍ଞାନରେ ସ୍ନାତକୋତ୍ତର ଏବଂ ପୁଣେର ଏମଆଇଟିରୁ ଏମବିଏରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି। ୪୯ ବର୍ଷୀୟା ଏହି ଉଦ୍ୟୋଗୀ ଏହାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବରେ ଡେମ୍ପୋ ଇଣ୍ଡଷ୍ଟ୍ରିଜର ମିଡିଆ ଏବଂ ରିଏଲ ଇଷ୍ଟେଟ ଶାଖାର ତଦାରଖ କରନ୍ତି। ଦକ୍ଷିଣ ଗୋଆ ଆସନ ବର୍ତ୍ତମାନ କଂଗ୍ରେସ ନେତା ଫ୍ରାନ୍ସିସ୍କୋ ସରଦିହ୍ନ ପ୍ରତିନଧିତ୍ୱ କରୁଛନ୍ତି। ୧୯୬୨ ପରଠାରୁ ବିଜେପି କେବଳ ଦୁଇଥର ଏହି ଆସନ ଜିତିଛି।

୨୦ ଟି ବିଧାନସଭା ଆସନ ଦକ୍ଷିଣ ଗୋଆ ଲୋକ ସଭା ଆସନ ଅଧୀନରେ ଆସେ । ପୂର୍ବ ନିର୍ବାଚନରେ କେବଳ ମହାରାଷ୍ଟ୍ରବାଦି ଗୋମାନ୍ତକ ପାର୍ଟି, ୟୁନାଇଟେଡ ଗୋଅନ୍ସ ପାର୍ଟି ଏବଂ କଂଗ୍ରେସରୁ ପ୍ରାର୍ଥୀ ନିର୍ବାଚିତ ହୋଇଛନ୍ତି। ତେବେ ୧୯୯୯ ଏବଂ ୨୦୧୪ ନିର୍ବାଚନରେ ବିଜେପି ଏହି ଆସନ ବିଜୟ ଲାଭ କରିଥିଲା। କିନ୍ତୁ ଏହାକୁ ବଜାୟ ରଖିପାରି ନଥିଲା। ପଲ୍ଲବି ଡେମ୍ପୋଙ୍କ ସ୍ୱାମୀ ଶ୍ରୀନିବାସ ଡେମ୍ପୋ ଜଣେ ବିଶିଷ୍ଟ ଶିଳ୍ପପତି ଯିଏ ଗୋଆ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ୍ (ଜିସିସିଆଇ) ର ମୁଖ୍ୟ ଅଟନ୍ତି।

Leave A Reply

Your email address will not be published.