Latest Odisha News

BREAKING NEWS

ଜାଣନ୍ତୁ, କେଉଁମାନେ ଦେଶର ଟପ୍ ୧୦ ଧନୀକ ଖେଳାଳି…

ନୂଆଦିଲ୍ଲୀ: ପ୍ରକାଶ ପାଇଥିବା ଫୋବର୍ସ ଇଣ୍ଡିଆ ସେଲିବ୍ରିଟି ୨୦୧୮ ରିପୋର୍ଟ ଅନୁଯାୟୀ ଭାରତୀୟ ସେନସେସନାଲ ବ୍ୟାଡମିଣ୍ଟନ୍ ତାରକା ପିଭି ସିନ୍ଧୁ ଓ ସାଇନା ନେହୱାଲଙ୍କ ବ୍ୟତିତ ଭାରତର ଅନ୍ୟ କ୍ରୀଡାବିତ୍ ମଧ୍ୟ ଟପ୍ ୧୦ ଧନୀ ତାଲିକାରେ ନିଜ ନାମକୁ ସାମିଲ କରିପାରିଛନ୍ତି ।

ଜାଣନ୍ତୁ, କେଉଁ ୧୦ ଜଣ ଖେଳାଳୀ ଦେଶର ଧନୀ ତାଲିକାରେ ସାମିଲ ହୋଇଛନ୍ତି…

ବିରାଟ କୋହଲି- ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ତଥା ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ମଧ୍ୟ ଏହି ତାଲିକାରେ ସାମିଲ ହୋଇଛନ୍ତି । ସୂଚନାନୁଯାୟୀ ୨୦୧୮ ମସିହାରେ ବିରାଟଙ୍କ ଆୟ ୨.୨୮ ବିଲିୟନ ରହିଥିଲା, ଯାହା ପୂର୍ବ ବର୍ଷ ତୁଳନାରେ ପ୍ରାୟ ୨ ଗୁଣ ହେବ ।

ଏମଏସ୍ ଧୋନୀ- ସବୁବେଳେ ସର୍ବଶ୍ରେଷ୍ଠ କ୍ରିକେଟର ଭାବେ ନିଜର ଦବଦବା ବଜାୟ ରଖୁଥିବା ମହେନ୍ଦ୍ର ସିଂହ ଧୋନୀ ଧନୀ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଝାଡଖଣ୍ଡରୁ ନିଜର କ୍ରିକେଟ୍ କ୍ୟାରିୟର ଆରମ୍ଭ କରିଥିବା ଧୋନୀଙ୍କ ଆୟ ପାଖାପାଖି ୧.୦୧ ବିଲିୟନ୍ ହେବ ।

ସଚିନ ତେନ୍ଦୁଲକର- କ୍ରିକେଟ୍ ଜଗତର ଭଗବାନ ତଥା କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଆୟ ୮୦୦ ମିଲିୟନ୍ ରହିଛି । ଯାହାଫଳରେ ସେ ଧନୀ ତାଲିକାରେ ତୃତୀୟ ସ୍ଥାନ ହାସଲ କରିଛନ୍ତି ।

ପି ଭି ସିନ୍ଧୁ- ପ୍ରତିଭାଶାଳୀ ସ୍ପୋଟ୍ସ୍ ପର୍ସନ ପି ଭି ସିନ୍ଧୁଙ୍କ ସମ୍ପତ୍ତି ପ୍ରାୟ ୩୬୫ ମିଲିୟନ୍ ଟଙ୍କା ହୋଇଥିବାବେଳେ ସେ ଭାରତର ଚତୁର୍ଥ ଧନୀ ଖେଳାଳି ଭାବେ ସ୍ଥାନ ପାଇଛନ୍ତି ।

ରୋହିତ ଶର୍ମା- ସେହିପରି ଭାରତୀୟ କ୍ରିକେଟ୍ ଦଳର ଅନ୍ୟ ଜଣେ ପ୍ରତିଭାବାନ ଖେଳାଳି ରୋହିତ ଶର୍ମାଙ୍କ ସମ୍ପତ୍ତି ୩୧୪ ମିଲିୟନ୍ ଟଙ୍କା ହେବ ।

ହାର୍ଦ୍ଦିକ ପାଣ୍ଡ୍ୟା- ଭାରତୀୟ କ୍ରିକେଟ ଦଳର ଆଗାମୀ ଭବିଷ୍ୟତ ତଥା ଉଦୀୟମାନ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଅଳ୍ପ କିଛି ବର୍ଷ ମଧ୍ୟରେ ପାଖାପାଖି ୨୮୪ ମିଲିୟନ୍ ଟଙ୍କା ଆୟ କରିପାରିଛନ୍ତି । ଏଥିସହିତ ସେ ଧନୀ ଖେଳାଳିଙ୍କ ମଧ୍ୟରେ ୬ଷ୍ଠ ସ୍ଥାନ ଅକ୍ତିଆର କରିଛନ୍ତି ।

ଆର୍ ଅଶ୍ୱିନୀ- ଫୋବର୍ସରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ ଅଶ୍ୱିନଙ୍କ ଆୟ ୧୮୯ ମିଲିୟନ୍ ଟଙ୍କା ରହିଛି ।

ଭୁବନେଶ୍ୱର କୁମାର- ଦ୍ରୁତ ବୋଲର୍ ତଥା ଦେଶର ଲୋକପ୍ରିୟ କ୍ରିକେଟର ଭୁବନେଶ୍ୱର କୁମାରଙ୍କ ସମ୍ପତ୍ତି ପାଖାପାଖି ୧୭୨ ମିଲିୟନ୍ ଟଙ୍କା ରହିଥିବାବେଳେ ସେ ଧନୀ ତାଲିକାର ଅଷ୍ଟମ ସ୍ଥାନ ଅଧିକାର କରିଛନ୍ତି ।

ସୁରେଶ ରାଇନା- ଦେଶର ନବମ ତମ ଧନୀ ଖେଳାଳି ତାଲିକାରେ ସୁରେଶ ରାଇନା ରହିଥିବାବେଳେ ତାଙ୍କ ଆୟ ୧୬୯ ମିଲିୟନ୍ ଟଙ୍କା ରହିଥିବା ଜଣାପଡିଛି ।

ସାଇନା ନେହୱାଲ- ବ୍ୟାଡମିଣ୍ଟନ୍ ସେନସେସନ୍ ସାଇନା ନେହୱାଲଙ୍କ ଆୟ ଗତବର୍ଷ ତୁଳନାରେ କିଛିଟା କମ୍ ରହିଛି । ତାଙ୍କ ନିକଟରେ ପ୍ରାୟ ୧୬୫ ମିଲିୟନ୍ ଟଙ୍କା ରହିଥିବାବେଳେ ଏଥିସହିତ ସେ ଦେଶର ଟପ୍ ୧୦ ଧନୀ ଖେଳାଳି ଭାବେ ସ୍ଥାନ ପାଇଛନ୍ତି ।

Leave A Reply

Your email address will not be published.