Latest Odisha News

BREAKING NEWS

ଓଡ଼ିଶାର ଏହି ମନ୍ତ୍ରୀ କିପରି ସମସ୍ତଙ୍କ ହୃଦୟ ଜିଣିଗଲେ, ଜାଣନ୍ତୁ…

ଟିଟିଲାଗଡ଼: ‘କଥା କମ୍ କାମ ବେଶି’ ଏହି ଉକ୍ତିଟିକୁ କରି ଦେଖାଛନ୍ତି ଓଡ଼ିଶା ସରକାରଙ୍କ ଜଣେ ମହିଳା ମନ୍ତ୍ରୀ । ସେ ଆଉ କେହି ନୁହଁନ୍ତି, ଖୋଦ୍ ନବୀନଙ୍କ ମନ୍ତ୍ରୀମଣ୍ଡଳର ମହିଳା ଓ ଶିଶୁ ବିକାଶ ତଥା ମିଶନ୍ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ । ମନ୍ତ୍ରୀ ଶ୍ରୀମତୀ ସାହୁ ଏକ ବିଦ୍ୟାଳୟର ଜଣେ ଭିନ୍ନକ୍ଷମ କୁନି ଛାତ୍ରୀଟିକୁ ନିଜ ହାତରେ ନୂଆ ଜୋତା ପିନ୍ଧାଇ ଏକ ଉଦାହରଣ ପାଲଟିଯାଇଛନ୍ତି ।

ଟିଟିଲାଗଡ଼ରେ ଥିବା ଭିନ୍ନକ୍ଷମଙ୍କ ଲାଗି ଥିବା ସେବାକେନ୍ଦ୍ର (ଏସସିଡ଼ି)ରେ ମନ୍ତ୍ରୀ ଟୁକୁନି ସାହୁ ଆଣ୍ଠୋଇ ପଡ଼ି କୁନି କୁନି ପିଲାମାନଙ୍କୁ ଜୋତା ପିନ୍ଧାଇ ଦେଉଥିବାର ଫଟୋ ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି । ଏକ ଉତ୍ସବରେ ସରକାରଙ୍କ ପକ୍ଷରୁ ନୂଆ ଜୋତା ଭିନ୍ନକ୍ଷମ ପିଲାମାନଙ୍କୁ ଯୋଗାଇ ଦିଆଯାଉଥିଲା । ଏହି ସଭାରେ ମନ୍ତ୍ରୀ ଶ୍ରୀମତୀ ସାହୁ ମୁଖ୍ୟ ଅତିଥିଭାବେ ଯୋଗଦାନ କରିଥିଲେ ।

ଏହି ସଭାରେ ମନ୍ତ୍ରୀ କହିଥିଲେ ଯେ, ଏହି କୁନି କୁନି ପିଲାମାନଙ୍କ ସେବା ଓ ସାହାଯ୍ୟ ସକାଶେ ସବୁ ସମୟରେ ପ୍ରସ୍ତୁତ ରହିଛନ୍ତି ।

ବିଧାନସଭାରେ ୨ଥର ଲାଗି ନିର୍ବାଚିତ ହୋଇଥିବା ଟୁକୁନି ସାହୁ ନବୀନଙ୍କ କ୍ୟାବିନେଟରେ ଏକମାତ୍ର ମହିଳା ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ, ଲଗାତର ୫ମଥର ଲାଗି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାପରେ ନବୀନ ପଟ୍ଟନାୟକ ତାଙ୍କ ମନ୍ତ୍ରୀମଣ୍ଡଳର ସମସ୍ତ ସଦସ୍ୟମାନଙ୍କୁ କହିଥିଲେ ତୃଣମୂଳ ସ୍ତରରେ ରାଜ୍ୟର ସମସ୍ତ ସ୍ଥାନ ଗସ୍ତ କରିବା ସହିତ ସାଧାରଣ ଲୋକଙ୍କ ସମସ୍ୟା ବୁଝିବା ଆବଶ୍ୟକ ।

ନବୀନ ତାଙ୍କ ମନ୍ତ୍ରୀମଣ୍ଡଳର ସମସ୍ତ ୨୦ ଜଣ ସଦସ୍ୟଙ୍କୁ ନିଜ ବାର୍ତ୍ତାରେ କହିଥିଲେ ଯେ, ସ୍ୱଚ୍ଛ ସରକାର ସହିତ ଜନସେବାକୁ ଏହି ସରକାର ଗୁରୁତ୍ୱ ଦେବ ।

Leave A Reply

Your email address will not be published.