ନୂଆଦିଲ୍ଲୀ: ଭି.ଡି. ସତିସନ୍ କେରଳମର ନୂଆ ମୁଖ୍ୟମନ୍ତ୍ରୀ। ୧୦ ବର୍ଷ ପରେ କେରଳରେ କଂଗ୍ରେସ ବିଜୟୀ ହୋଇଛି। ଯାହା ଫଳରେ ଏକ ଦଶନ୍ଧି ପରେ ରାଜ୍ୟରେ ୟୁଡିଏଫ୍ ଫେରିଛି। ତେବେ ଜାଣନ୍ତୁ କେରଳର ନୂତନ ମୁଖ୍ୟମନ୍ତ୍ରୀଙ୍କ ମୋଟ ସମ୍ପତ୍ତି କେତେ…
ବରିଷ୍ଠ କଂଗ୍ରେସ ନେତା ଭି.ଡି. ସତିସନ୍ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିଥିବା ତାଙ୍କ ଶପଥପତ୍ରରେ ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତି ସମେତ ପ୍ରାୟ ୩ କୋଟି ଟଙ୍କାର ସମ୍ପତ୍ତି ଘୋଷଣା କରିଛନ୍ତି। ସତିସନଙ୍କ ସ୍ଥାବର ସମ୍ପତ୍ତିର ମୂଲ୍ୟ ୫୩.୮୨ ଲକ୍ଷ ଯେତେବେଳେ କି ତାଙ୍କ ପତ୍ନୀଙ୍କ ସ୍ଥାବର ସମ୍ପତ୍ତିର ମୂଲ୍ୟ ୬୮.୪୫ ଲକ୍ଷ।
ମୁଖ୍ୟମନ୍ତ୍ରୀ ଭି.ଡି. ସତିସନଙ୍କ ସ୍ଥାବର ସମ୍ପତ୍ତି, ଜମି ଏବଂ ଅନ୍ୟାନ୍ୟ ସମ୍ପତ୍ତିର ମୂଲ୍ୟ ୨.୪୨ କୋଟି। ତାଙ୍କ ପତ୍ନୀଙ୍କ ସ୍ଥାବର ସମ୍ପତ୍ତିର ମୂଲ୍ୟ ୧.୮୫ କୋଟି। ଏହା ସହିତ ନୂତନ କେରଳ ମୁଖ୍ୟମନ୍ତ୍ରୀଙ୍କ ଉପରେ ୨୪ ଲକ୍ଷ ଋଣ ଅଛି, ଯେତେବେଳେ ତାଙ୍କ ପତ୍ନୀଙ୍କ ଉପରେ ୧୭.୪୫ ଲକ୍ଷ ଋଣ ଅଛି।
ମେ ମାସରେ ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହେବା ପରଠାରୁ କଂଗ୍ରେସ ଅନେକ ପର୍ଯ୍ୟାୟ ବୈଠକ କରିଥିଲା। ମେ ୮ ରେ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଏବଂ ରାହୁଲ ଗାନ୍ଧୀ ପ୍ରମୁଖ କେରଳ ନେତାମାନଙ୍କ ସହିତ ଏକ ବୈଠକ ମଧ୍ୟ କରିଥିଲେ।
Comments are closed.