Latest Odisha News

BREAKING NEWS

ଶିଶୁଙ୍କ ନାମକରଣ ପାଇଁ ୨୭ ଲକ୍ଷ ଟଙ୍କା ନିଅନ୍ତି ଏହି ମହିଳା…!

ନୂଆଦିଲ୍ଲୀ:ଆମେରିକାର ସାନ ଫ୍ରାନ୍ସିସ୍କୋର ଟେଲର ହମ୍ଫ୍ରି ଏକ ଏପରି ବ୍ୟବସାୟ ସୃଷ୍ଟି କରିଛନ୍ତି ଯାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରୁଛି । ସାଧାରଣତଃ ମା’ବାପାମାନେ ନିଜର ଛୁଆମାନଙ୍କ ନାଁ ନିଜେ ଭାବିଥାନ୍ତି, କିନ୍ତୁ ଟେଲର ଏଥିପାଇଁ ଏକ ମୋଟା ଫି ନିଅନ୍ତି। ତାଙ୍କର ଗ୍ରାହକମାନେ ଅଧିକାଂଶ ଧନୀ ପରିବାର ଏବଂ ବଡ଼ବଡ଼ ସେଲିବ୍ରିଟି, ଯେଉଁମାନେ ସେମାନଙ୍କ ପିଲାମାନଙ୍କୁ ଅନନ୍ୟ ଏବଂ ସ୍ୱତନ୍ତ୍ର ନାମ ଦେବାକୁ ଚାହାଁନ୍ତି।

ନ୍ୟୁୟର୍କ ପୋଷ୍ଟରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଟେଲର ୨୦୧୮ ମସିହାରେ ଏହି କାମ ଆରମ୍ଭ କରିଥିଲେ। ସେତେବେଳେ ସେ ମାତ୍ର ୧୦୦ ଡଲାର (ପ୍ରାୟ ୮,୦୦୦ ଟଙ୍କା) ରେ ନାମ ସୁପାରିଶ କରୁଥିଲେ। ତା’ପରେ ଏକ ପାର୍ଟିରେ ସେ କିଛି ଧନୀ ବ୍ୟବସାୟୀଙ୍କ ସହ କଥା ହୋଇଥିଲେ ଯେଉଁମାନେ ତାଙ୍କୁ କହିଥିଲେ ଯେ ସେ ତାଙ୍କ କାମର ମୂଲ୍ୟ ବୃଦ୍ଧି କରିପାରିବେ। ଏହାପରେ ନ୍ୟୁୟର୍କର ପ୍ରସିଦ୍ଧ ପତ୍ରିକାରେ ଟେଲରଙ୍କ କାହାଣୀ ପ୍ରକାଶିତ ହେବା ପରେ, ତାଙ୍କ ପାଖରେ କାମ ଉପରେ କାମ ଆସିବାରେ ଲାଗିଲା । କିଛି ସମୟ ମଧ୍ୟରେ, ତାଙ୍କର ଛୋଟ ଉଦ୍ୟମ ଏକ ବଡ଼ ବ୍ୟବସାୟରେ ପରିଣତ ହେଲା। ବର୍ତ୍ତମାନ ତାଙ୍କର ନାମ ପରାମର୍ଶ ପ୍ୟାକେଜଗୁଡ଼ିକ $200 (ପ୍ରାୟ ୧୭,୦୦୦ ଟଙ୍କା) ରୁ $30,000 (ପ୍ରାୟ ୨୭ ଲକ୍ଷ ଟଙ୍କା) ପର୍ଯ୍ୟନ୍ତ ରହିଛି। ସେ ମୂଲ୍ୟ ଅନୁସାରେ ନାମ ପରାମର୍ଶ ଦିଅନ୍ତି।

ଛୋଟ ପ୍ୟାକେଜଗୁଡ଼ିକରେ କିଛି ନାମ ପରାମର୍ଶ ଇମେଲ୍ ମାଧ୍ୟମରେ ପଠାଯାଏ । ଯେଉଁମାନେ ବଡ଼ ପ୍ୟାକେଜ୍ ନିଅନ୍ତି ସେମାନଙ୍କ ପାଇଁ ଟେଲର ବ୍ୟାପକ ରିସର୍ଚ୍ଚ କରନ୍ତି। ସେ ପରିବାରର ଦେଶ, ସେମାନଙ୍କ ପରମ୍ପରା, ସେମାନଙ୍କ ଇଚ୍ଛା ଏବଂ ଏହି ନାମ ପିଲାଟିକୁ ବଢ଼ିବାରେ କିପରି ସାହାଯ୍ୟ କରିବ ସେ ବିଷୟରେ ପଚାରନ୍ତି।

ଟେଲର ଏପର୍ଯ୍ୟନ୍ତ ୫୦୦ ରୁ ଅଧିକ ପିଲାଙ୍କ ନାମକରଣ କରିସାରିଛନ୍ତି। ସୋସିଆଲ ମିଡିଆରେ ତାଙ୍କର ୧୦୦,୦୦୦ ରୁ ଅଧିକ ଫଲୋଅର୍ସ ଅଛନ୍ତି। ସେ କୁହନ୍ତି ଯେ ଏକ ନାଁ କେବଳ କହିବା ପାଇଁ ନୁହେଁ; ଏହା ଏକ ପିଲାର ପରିଚୟ ହୋଇଯାଏ। ତେଣୁ, ଏହାକୁ ଭାବିଚିନ୍ତି ଏବଂ ନିର୍ଦ୍ଦିଷ୍ଟ ଭାବରେ ବାଛିବା ଉଚିତ।

 

Comments are closed.