Latest Odisha News

କେବଳ ମେଣ୍ଡିସ ନୁହନ୍ତି, ଏମାନେ ବି ଦୁଇ ହାତରେ କରିଛନ୍ତି ବୋଲିଂ

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ଶ୍ରୀଲଙ୍କା କ୍ରିକେଟର କାମିନ୍ଦୁ ମେଣ୍ଡିସ ଚର୍ଚ୍ଚାରେ ରହିଛନ୍ତି । ସନରାଇଜର୍ସ ହାଇଦ୍ରାବାଦର ଏହି ଖେଳାଳି କୋଲକାତା ନାଇଟ ରାଇଡର୍ସ ବିପକ୍ଷ ମ୍ୟାଚରେ ଦୁଇ ହାତରେ ବୋଲିଂ କରିଥିଲେ । ଆସନ୍ତୁ ନଜର ପକାଇବା ଏହା ପୂର୍ବରୁ କେଉଁ କେଉଁ ଖେଳାଳିମାନେ ଦୁଇ ହାତରେ ବୋଲିଂ କରିଛନ୍ତି ।
ହନୀଫ ମହମ୍ମଦ: ପାକିସ୍ତାନ କ୍ରିକେଟର ମହାନ ବ୍ୟାଟ୍ସମ୍ୟାନ ହନୀଫ ମହମ୍ମଦ ୧୯୫୦ ଓ ୬୦ ଦଶକରେ ବେଶ ସଫଳ ଖେଳାଳି ଥିଲେ । ଭଲ ବ୍ୟାଟ୍ସମ୍ୟାନ ହେବା ସତ୍ୱେ ସେ ଜଣେ ପାର୍ଟ ଟାଇମ ବୋଲର ଥିଲେ । ସେ ଏକ ମ୍ୟାଚରେ ଉଭୟ ହାତରେ ବୋଲିଂ କରିଥିଲେ । ଏହି ମ୍ୟାଚରେ ସାର ଗ୍ୟାରୀ ସୋବର୍ସ ୩୬୫ ରନର ଇନିଂସ ଖେଳିଥିଲେ ।

ଗ୍ରାହାମ ଗୁଚ: ଇଂଲଣ୍ଡର ମହାନ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଗ୍ରାହାମ ଗୁଚ ଅନ୍ୟତମ । ସେ ଦଳର ଆବଶ୍ୟକତା ଅନୁସାରେ ଉଭୟ ବାମ ଏବଂ ଡାହାଣ ହାତରେ ବୋଲିଂ କରିଥାନ୍ତି ।
ହାସନ ତିଳକରତ୍ନେ: ହାସନ ତିକଳରତ୍ନେ ୧୯୯୬ ବିଶ୍ୱକପ ବିଜୟୀ ଶ୍ରୀଲଙ୍କାର ଦଳର ସଦସ୍ୟ ଥିଲେ । ସେ ଭଲ ବ୍ୟାଟ୍ସମ୍ୟାନ ହେବା ସହିତ ବୋଲିଂ ମଧ୍ୟ କରନ୍ତି । ଉଭୟ ହାତରେ ବୋଲିଂ କରିବା ଦକ୍ଷତା ତାଙ୍କ ନିକଟରେ ରହିଛି ।
ଅକ୍ଷୟ କର୍ଣ୍ଣବୀର: ଭାରତ ପକ୍ଷରୁ ଘରୋଇ କ୍ରିକେଟ ଖେଳନ୍ତି ଅକ୍ଷୟ କର୍ଣ୍ଣବୀର । ବଦର୍ଭ ପକ୍ଷରୁ ଖେଳୁଥିବା ଏହି ବୋଲର ଉଭୟ ହାତରେ ସ୍ପିନ ବୋଲିଂ କରିବା ଦକ୍ଷତା ରଖିଛନ୍ତି । ଲିଷ୍ଟ ଏ କ୍ରିକେଟରେ ସେ ୬୯ ଓ ଟି୨୦ରେ ୬୨ ୱିକେଟ ନେଇଛନ୍ତି ।

Comments are closed.