Latest Odisha News

ଇଣ୍ଟରନେଟ୍‌ ସେନ୍ସେସନ୍‌ ପାଲଟିଛନ୍ତି ଯାଜପୁରର ମୋନାଲିସା; ୟୁଟ୍ୟୁବ୍‌ରୁ ମାସକୁ ରୋଜଗାର ୧.୫ ଲକ୍ଷ

ଯାଜପୁର: ଆଜିର ମହିଳା କୌଣସି ଗୁଣରେ ପୁରୁଷଠୁ କମ୍‌ ନୁହନ୍ତି। ପୁରୁଷ ସହ କାନ୍ଧରେ କାନ୍ଧ ମିଶାଇ ସମନ୍ବୟ ଭାବେ ଅଗ୍ରସର ହେଉଛନ୍ତି ଆଜିର ନାରୀ। ଓଡ଼ିଶା ଯାଜପୁର ଜିଲ୍ଲାର ଜଣେ ସାଧାରଣ ଗୃହିଣୀ ନିଜ ଉଦ୍ୟମ ଏବଂ ଉତ୍ସାହ ବଳରେ ୟୁଟ୍ୟୁବ୍‌ ମାଧ୍ୟମରେ ଆଜି ସମଗ୍ର ବିଶ୍ବର ୭୬ କୋଟି ଦର୍ଶକଙ୍କ ପାଖରେ ପହଞ୍ଚିପାରିଛନ୍ତି।

ଏହି ମହିଳା ଜଣକ ହେଉଛନ୍ତି ଯାଜପୁର ଜିଲ୍ଲାର ମୋନାଲିସା ଭଦ୍ରା। ସେ ଏବେ ୟୁଟ୍ୟୁବରେ ଭିଡିଓ ଅପଲୋଡ୍ କରି ୧.୫ ଲକ୍ଷରୁ ଅଧିକ ରୋଜଗାର କରୁଛନ୍ତି।

ବେରୁଦା ପଞ୍ଚାୟତର ଜାହଲ ଗାଁର ମୋନାଲିସା ଘୋଡା ଚଢିବା ଠାରୁ ଆରମ୍ଭ କରି ଟ୍ରାକ୍ଟରରେ ଚାଷ କରିବା, ଟ୍ରକ୍ ଏବଂ ଭଲଭୋ ବସ୍ ଚଲାଇବା ପର୍ଯ୍ୟନ୍ତ ସମସ୍ତ ଭିଡିଓ ଅପଲୋଡ୍ କରୁଛନ୍ତି।

ସୋସିଆଲ୍‌ ମିଡିଆରେ ଏବେ ସେନ୍ସେସନ ପାଲଟିଛନ୍ତି ମୋନାଲିସା। ତାଙ୍କୁ ସମଗ୍ର ବିଶ୍ୱରେ ୭୬ କୋଟିରୁ ଅଧିକ ଦର୍ଶକ ଦେଖିପାରୁଛନ୍ତି ଏବଂ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ତାଙ୍କ ସବ୍‌ସ୍କ୍ରାଇବରଙ୍କ ସଂଖ୍ୟା ୨୨.୪୦ ଲକ୍ଷ।

ୟୁଟ୍ୟୁବ୍‌ରେ ଏକ ନୂଆ ପରିଚୟ ସୃଷ୍ଟି କରିବାର ସମସ୍ତ ଶ୍ରେୟ ସେ ତାଙ୍କ ସ୍ୱାମୀ ବଦ୍ରିନାରାୟଣଙ୍କୁ ଦେଇଛନ୍ତି।

୨୦୧୬ ରେ ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ଆରମ୍ଭ କରିଥିବା ବଦ୍ରିନାରାୟଣ ପ୍ରଥମେ ତାଙ୍କ ପତ୍ନୀ ଏକ ମାଙ୍କଡକୁ ଖାଇବାକୁ ଦେଉଥିବା କିଛି ଫୁଟେଜ୍ ଅପଲୋଡ୍ କରିଥିଲେ। ଏହି ଭିଡିଓଟି ବେଶ୍‌ ଭାଇରାଲ ହୋଇଥିଲା।

ସେବେଠାରୁ ମୋନାଲିସା ଭିଡିଓ ଅପଲୋଡ୍ କରିବା ଆରମ୍ଭ କରିଥିଲେ। ଏଥିପାଇଁ ସେ ଅନେକ ପ୍ରଶଂସା ମଧ୍ୟ ସାଉଁଟିଲେଣି।

ମୋନାଲିସା କହିଛନ୍ତି ଯେ ସେ ସବୁବେଳେ କିଛି ଅଲଗା କରିବାକୁ ଆଗ୍ରହୀ ଥିଲେ। ମୋନାଲିସା ଜଣେ ପ୍ରକୃତି ପ୍ରେମୀ ମଧ୍ୟ।

ହେଲିକପ୍ଟର ଉଡ଼ାଇବା ଏବଂ ଟ୍ରେନ୍ ଚଳାଇବା ଏବଂ ୟୁଟ୍ୟୁବରେ ଭିଡିଓ ଅପଲୋଡ୍ କରିବା ହେଉଛି ତାଙ୍କର ଆଗାମୀ ଲକ୍ଷ୍ୟ ବୋଲି କହିଛନ୍ତି ମୋନାଲିସା।

Leave A Reply

Your email address will not be published.