Latest Odisha News

BREAKING NEWS

ଟିକା ପାଇଁ ହାହାକାର: ଗୋଟିଏ ରାଜ୍ୟର ଲୋକ, ଆଉ ଗୋଟିଏ ରାଜ୍ୟରେ ସ୍ଲଟ୍ ବୁକିଂ

ନୂଆଦଲ୍ଲୀ: ଗୋଟିଏ ରାଜ୍ୟର ଲୋକ । ଆଉ ଗୋଟିଏ ରାଜ୍ୟରେ ଟିକା ପାଇଁ ସ୍ଲଟ୍ ବୁକିଂ କରୁଛନ୍ତି । କରୋନା ଟିକା ପାଇବାକୁ ଦେଶର ରାଜଧାନୀ ଦିଲ୍ଲାରୁ ସାମନାକୁ ଆସିଛି ଏଭଳି ଚିତ୍ର । ଦିଲ୍ଲୀରେ ଲୋକଙ୍କୁ କୋଭାକ୍ସିନ ଦ୍ୱିତୀୟ ଡୋଜ୍ ମିଳୁନି । ଦ୍ୱିତୀୟ ଡୋଜ୍ ସମୟ ଆସିଥିଲେ ବି ଟିକା ଉପଲବ୍ଧ ନାହିଁ । ଫଳରେ ଲୋକ ଅନ୍ୟ ରାଜ୍ୟରେ ସ୍ଲଟ୍ ବୁକ୍ କରୁଛନ୍ତି ।

ଉତ୍ତରପ୍ରଦେଶର ମେରଠରେ କୋଭାକ୍ସିନ୍ ଦ୍ୱିତୀୟ ଡୋଜ୍ ଟିକା ନେବାକୁ ପାଖାପାଖି ୭୦ ପ୍ରତିଶତ ସ୍ଲଟ୍ ଦିଲ୍ଲୀ ଓ ହରିୟାଣାର ଲୋକ ବୁକିଂ କରିଛନ୍ତି । ମେରଠର ଜିଲ୍ଲା ଟିକାକରଣ ଅଧିକାରୀ ଏହି ସୂଚନା ଦେଇଛନ୍ତି । ରାଜ୍ୟ ବାହାର ଲୋକଙ୍କୁ ଏଭଳି ସ୍ଲଟ୍ ବୁକିଂ ନକରିବାକୁ ସେ ଅପିଲ୍ କରିଛନ୍ତି ।

ଦେଶରେ ଟିକାକୁ ନେଇ ହାହାକାର ପରିସ୍ଥିତି । ଆବଶ୍ୟକତା ଅନୁସାରେ ରାଜ୍ୟଗୁଡ଼ିକୁ ଟିକା ମିଳୁ ନାହିଁ । ବିଶେଷ କରି ୧୮ରୁ ୪୪ ବର୍ଷ ବର୍ଗ ପ୍ରଥମ ଡୋଜ୍ ଟିକା ନେଇଥିବା ବେଳେ ଦ୍ୱିତୀୟ ଡୋଜ୍ ବେଳକୁ ଅଭାବ ଦେଖାଦେଉଛି । ଫଳରେ ଅନ୍ୟ ରାଜ୍ୟରେ ସ୍ଲଟ୍ ବୁକ୍ କରୁଛନ୍ତି ଲୋକ ।

Leave A Reply

Your email address will not be published.