Latest Odisha News

ପ୍ରତି ମାସ ସଂକ୍ରାନ୍ତିରେ ହେବ ନଦୀ ଆଳତି, ଗଠିତ ହେବ ନଦୀ ପଞ୍ଚାୟତ

ନିମାପଡା: ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଭାର୍ଗବୀ ନଦୀ କୂଳରେ ନିମାପଡା ବ୍ଲକ ହରିପୁରର ବିଶ୍ୱେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ନଦୀ ସୁରକ୍ଷା ସଂକ୍ରାନ୍ତୀୟ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି l କୁଶଭଦ୍ରା, ଧନୁଆ, ଦୟା ଓ ଭାର୍ଗବୀ ନଦୀ ଆନ୍ଦୋଳନର ଅନେକ ନେତୃତ୍ଵ ଏଥିରେ ଯୋଗ ଦେଇଥିଲେ l ପୂର୍ବରୁ ଅନୁଷ୍ଠିତ ରାଜ୍ୟସ୍ତରୀୟ ବୈଠକ ର ନିଷ୍ପତି ଯଥା ଓଡ଼ିଶା ପାଇଁ ନଦୀ ନୀତି, ନଦୀ ମିଶନ ଗଠନ, ଟ୍ରିବୁନାଲ ବାହାରେ ଆପୋଷ ଆଲୋଚନା ମାଧ୍ୟମରେ ମହାନଦୀ ଜଳ ବିବାଦର ସମାଧାନ, ରାଜ୍ୟର ନଦ ନଦୀ ଗୁଡ଼ିକର ତାଲିକା ପ୍ରସ୍ତୁତ ଇତ୍ୟାଦି ଦାବି ଗୁଡ଼ିକୁ ଏଥିରେ ଅନୁମୋଦନ କରାଯାଇଥିଲା l

ଏହା ସହିତ ପ୍ରତି ମାସର ସଂକ୍ରାନ୍ତି ଦିନ ନଦୀ ଆଳତି କରିବା ପାଇଁ ଆହ୍ବାନ ଦିଆ ଯାଇଛି l ଲୋକଙ୍କୁ ନଦୀ ସହିତ ଯୋଡ଼ିବlର ଏହା ଏକ ପ୍ରୟାସ l ନଦୀର ସୁରକ୍ଷା ପାଇଁ ଲୋକ ସଂଗଠନ ଗଢ଼ିବା ଉପରେ ଗୁରୁତ୍ବ ଦିଆ ଯାଇ ନଦୀ ପଞ୍ଚାୟତ ଗଠନ ପାଇଁ ଆହ୍ବାନ ଦିଆ ଯାଇଛି l ନଦୀ ଗୁଡ଼ିକର ଜମି ଆଜି ଜବରଦଖଲ କାରି ମାନଙ୍କ କବଳରେ କବଳିତ l ନଦୀର ଜମି କୁ ସେମାନଙ୍କ କବଳରୁ ଉଦ୍ଧାର ପାଇଁ ତହସିଲଦାର ମାନଙ୍କୁ ଦାବି ପାତ୍ର ଦିଆଯିବାର ନିଷ୍ପତି ନିଆଯାଇଛି l ଏହା ସହିତ ନଦୀ ଅବବାହିକାରେ ବ୍ୟାପକ ବୃକ୍ଷ ରୋପଣ ପାଇଁ ମଧ୍ୟ ଆହ୍ବାନ ଦିଆ ଯାଇଛି l ଏହି କାର୍ଯ୍ୟକ୍ରମ ଗୁଡ଼ିକ ପ୍ରଥମେ ଦୟା, ଭାର୍ଗବୀ, କୁଶଭଦ୍ରା ଓ ଧନୁଅl ରୁ ଆରମ୍ଭ ହେବ ବୋଲି ମହାନଦୀ ବଞ୍ଚାଅ ଆନ୍ଦୋଳନ ର ଆବାହକ ସୁଦର୍ଶନ ଦାସ ଜଣାଇଛନ୍ତି l

 

Comments are closed.