Latest Odisha News

BREAKING NEWS

ବୈଠକ ପରେ ପରିବହନ ମନ୍ତ୍ରୀ କହିଲେ ବସ ଧର୍ମଘଟ ହେବନି, ସଂଘ କହିଲା-ଧର୍ମଘଟ ସ୍ଥଗିତ, ପ୍ରତ୍ୟାହୃତ ନୁହେଁ

ଭୁବନେଶ୍ୱର: ଆଗଗୁ ଧର୍ମଘଟ ହେବନି । ସ୍ୱାଭାବିକ ଭାବେ ବସ ଚାଲିବ । ଘରୋଇ ବସ ମାଲିକ ସଂଘ ସହ ବୈଠକ ପରେ କହିଛନ୍ତି ପରିବହନ ମନ୍ତ୍ରୀ  । ଆଜି ଭୁବନେଶ୍ୱରରେ ଘରୋଇ ବସ ମାଲିକ ସଂଘ  ଏବଂ ସରକାରଙ୍କ ମଧ୍ୟରେ ଚାଲିଥିବା ବୈଠକ ଶେଷ ହୋଇଛି । ବୈଠକ ସରିଲା  ପରେ ପରିବହନ ମନ୍ତ୍ରୀ  କହିଛନ୍ତି, ମାଲିକ ସଂଘ  ସହ  ଆଲୋଚନା ସଫଳ ହୋଇଛି । ସେପଟେ ବସ ମାଲିକ ସଂଘ କହିଛି, ଧର୍ମଘଟ ସ୍ଥଗିତ ହୋଇଛି, ପ୍ରତ୍ୟାହୃତ ହୋଇନି ।

ଘରୋଇ ବସ ମାଲିକ ଦାବି କରିଥିଲେ, ଲକ୍ଷ୍ମୀବସ ବ୍ଲକରୁ ଜିଲ୍ଲାକୁ ଗଡିବ  ।  ସେମାନଙ୍କ ଦାବିକୁ ବିଚାର କରାଯାଉଛି । ୩୧ ତାରିଖ ଭିତରେ ସଂଘ ପକ୍ଷରୁ ଲିଖିତ ଦାବି ପ୍ରଦାନ କରାଯିବ । ତେବେ ଆଗକୁ ଧର୍ମଘଟ ହେବନି ବୋଲି କହିଥିଲେ ପରିବହନ ମନ୍ତ୍ରୀ ଟୁକୁନି ସାହୁ ।

ସରକାରଙ୍କ ପକ୍ଷରୁ ଚାଲୁଥିବା ଲକ୍ଷ୍ମୀ ବସକୁ ବିରୋଧ କରି ଆସୁଛନ୍ତି ଘରୋଇ ବସ ମାଲିକ ସଂଘ ।   ବ୍ଲକ ହେର୍ଡ କ୍ୱାର୍ଟର୍ସରୁ ଜିଲ୍ଲା ହେଡ କ୍ୱାର୍ଟର୍ସକୁ ଲକ୍ଷ୍ମୀ ବସ୍ ଚଳାଚଳ କରିବା ଦ୍ୱାରା ଘରୋଇ ବସ ମାଲିକ କ୍ଷତିଗ୍ରସ୍ତ ହେବେ ।  ବହୁ କର୍ମଚାରୀ କାମ ହରାଇବେ  । ଏହାକୁ ବିରୋଧ କରି ଘରୋଇ ବସ ମାଲିକ ସଂଘ ପକ୍ଷରୁ ଧର୍ମଘଟ ଡାକରା ଦିଆଯାଇଥିଲା । ଏପରିକି ପୂଜା ପୂର୍ବରୁ ଅର୍ଥାତ ଶୁକ୍ରବାର ବସ ଚଳାଚଳ ବନ୍ଦ ରଖିଥିଲେ ମାଲିକ ସଂଘ  ।

 ଦଶହରା ପାଇଁ ଲୋକେ ଯିବା ଆସିବାରେ ବହୁତ ହଇରାଣ ହେବାରୁ  ସରକାର ବସ୍ ମାଲିକ ସଂଘ ସହ ଅଲୋଚନା ହୋଇଥିଲା । ଦଶହରା ପରେ ଅର୍ଥାତ ୨୬ ତାରିଖରେ ଆଲୋଚନା ପାଇଁ ପ୍ରତିଶ୍ରୁତି ଦେଇଥିଲେ ପରିବହନ ମନ୍ତ୍ରୀ ।   ପ୍ରତଶ୍ରୁତି ମିଳିଲା ପରେ ସଂଘ ଆନ୍ଦୋଳନକୁ ୩୧ ତାରିଖ ଯାଏ ସ୍ଥଗିତ ରଖିଥିଲା ଏବଂ ଶନିବାର ବସ୍ ଚଳାଚଳ ସ୍ୱାଭାବିକ ହୋଇଥିଲା।

ତେବେ ଆଜି ଖାରବେଳ ଭବନରେ ପୂର୍ବାହ୍ନ ୧୧ଟାରେ ବୈଠକ ବସିଥିଲା । ଆଲୋଚନା ପରେ ପରିବହନ ମନ୍ତ୍ରୀ ଟୁକୁନି ସାହୁ କହିଥିଲେ, ବସ ମାଲିକ ସଂଘର ସବୁ ଦାବିର ସମାଧାନ ଆଲୋଚନା ମାଧ୍ୟମରେ ହେବ । ସେମାନେ କମିଟି ମାଧ୍ୟମରେ ଲିଖିତ ଦାବି ଜଣାଇବେ । ତେବେ ସଂଘର ମୁଖ୍ୟ ଦାବି ଯେଉଁଠି ଘରୋଇ ବସ ଚାଲୁଛି ସେଠି ଲକ୍ଷ୍ମୀ ବସ ଚାଲିଲେ ସେମାନେ କ୍ଷତିଗ୍ରସ୍ତ ହେବେ । ଆମେ ସେ ଉପରେ ଆଲୋଚନା କରିବୁ । ତେବେ ଆଗକୁ ଧର୍ମଘଟ ହେବ ନାହିଁ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଥିଲେ ।

Comments are closed.