Latest Odisha News

BREAKING NEWS

ଜୁନ୍ ୧୦ ପରେ ହେବ ଓଡିଶା ବିଧାନସଭା ଗୃହ କମିଟି ବୈଠକ

ଭୁବନେଶ୍ୱର: ଓଡିଶା ବିଧାନସଭାର ସମସ୍ତ କମିଟି ଏବଂ ଉପ-କମିଟିର ବୈଠକ ଆସନ୍ତା ଜୁନ୍ ୧୦ ତାରିଖ ପରେ ଅନୁଷ୍ଠିତ ହେବ।

ଏନେଇ କମିଟିର ଅଧ୍ୟକ୍ଷମାନଙ୍କୁ ଏକ ଚିଠିରେ ଜଣାଇଛନ୍ତି ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

କୋଭିଡ-୧୯ର ବିସ୍ତାରକୁ ଦୃଷ୍ଟିରେ ରଖି କମିଟି ଏବଂ ଉପ-କମିଟିର ବୈଠକ ସ୍ଥଗିତ ରଖାଯାଇଥିବା ଦର୍ଶାଇ ଶ୍ରୀ ପାତ୍ର କହିଛନ୍ତି ଯେ ଲୋକସଭା ଓ ରାଜ୍ୟସଭାର ଅନୁମତି ପରେ ବୈଠକ ପୁନଃ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି।

ଆହୁରି ମଧ୍ୟ ଶ୍ରୀ ପାତ୍ର କହିଛନ୍ତି ଯେ ସାମାଜିକ ଦୂରତା ନିର୍ଦ୍ଦେଶାବଳୀକୁ କଡାକଡି ପାଳନ କରିବା ସହ ଆଗାମୀ ଦିନରେ କମିଟି ଏବଂ ଉପ-କମିଟିର ବୈଠକ ଅନୁଷ୍ଠିତ ହେବ ।

Comments are closed.