Latest Odisha News

BREAKING NEWS

କ୍ରାନ୍ତି ଦିବସରୁ ସ୍ୱାଧୀନତା ଦିବସ ଯାଏଁ ବ୍ୟାପକ ରକ୍ତ ସଂଗ୍ରହ ଅଭିଯାନ

ଭୁବନେଶ୍ୱର: ରାଜ୍ୟରେ ରକ୍ତର ଅଭାବ ପୂରଣ ପାଇଁ ଓଡିଶା ମୋ ପରିବାର ପକ୍ଷରୁ ବ୍ୟାପକ ରକ୍ତଦାନ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି । ଅଗଷ୍ଟ ୯ ତାରିଖ କ୍ରାନ୍ତି ଦିବସରୁ ଅଗଷ୍ଟ ୧୫ ସ୍ୱାଧୀନତା ଦିବସ ଯାଏଁ ସପ୍ତାହବ୍ୟାପୀ ୩୨ଟି ସାଙ୍ଗଠନିକ ଜିଲ୍ଲାରେ ରକ୍ତଦାନ ସଂଗ୍ରହ ଅଭିଯାନ ଚାଲିବ । ଏହି ଅଭିଯାନରେ ସାଂସଦ, ବିଧାୟକ, ଜନପ୍ରତିନିଧି, ମହିଳା ଓ ଯୁବ ଛାତ୍ର ସଂଗଠନ ଏବଂ ସ୍ୱେଚ୍ଛାସେବୀ ସାମିଲ ହେବେ ବୋଲି ସାମ୍ବାଦିକ ସମ୍ମିଳନୀରେ ଓଡିଶା ମୋ ପରିବାର ପକ୍ଷରୁ ସୂଚନା ଦିଆଯାଇଛି ।

ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁ ପକ୍ଷରୁ ଏହି ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହେବ । ରାଜ୍ୟର ବିଭିନ୍ନ ସ୍ଥାନରେ ରକ୍ତ ଦାନ ଶିବିର କରାଯିବ । କରୋନା ସମୟରେ ରକ୍ତ ଦାନ କମିଥିବା ବେଳେ ଏଭଳି ଶିବିର ବେଶ୍ ସହାୟକ ହେବ ବୋଲି ଆଶା ରହିଛି । କରୋନା ଗାଇଡଲାଇନ ମାନି ରକ୍ତ ଦାନ କାର୍ଯ୍ୟକ୍ରମ କରାଯିବ ଏବଂ ଗୋଟିଏ ଗୋଟିଏ ଶିବିରରୁ ୫୦ ୟୁନିଟ୍ ରକ୍ତ ସଂଗ୍ରହ ଲକ୍ଷ୍ୟ ରଖଯାଇଛି ।

Leave A Reply

Your email address will not be published.