Latest Odisha News

BREAKING NEWS

ଅଗଷ୍ଟରେ କରୋନା ଶୀର୍ଷ ସ୍ତରକୁ ଯାଇ ନିୟନ୍ତ୍ରଣକୁ ଆସିବ: ଆଇଏଲଏସ

ଭୁବନେଶ୍ୱର: ମୌସୁମୀ ଓ ପ୍ରବାସୀଙ୍କ ଯୋଗୁଁ ଜୁନ୍ ମାସ ରାଜ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା । ଜୁଲାଇ ମାସରେ ଦିନକୁ ସଂକ୍ରମଣ ସଂଖ୍ୟା ୧୬ଶହ ପାଖାପାଖି ପହଁଚିଗଲା । ଏଭଳି ସ୍ଥିତିରେ ଅଗଷ୍ଟ ମାସରେ କରୋନା ସ୍ଥିତି ରାଜ୍ୟରେ ଶୀର୍ଷ ସ୍ତରକୁ ଯାଇ ତାପରେ ନିୟନ୍ତ୍ରଣକୁ ଆସିବ ବୋଲି କହିଛନ୍ତି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା । ସେ କହିଛନ୍ତି, ଏହି ଭୂତାଣୁ ଭିନ୍ନ ପ୍ରକାର ହୋଇଥିବାରୁ ନିର୍ଦ୍ଦିଷ୍ଟ ଆକଳନ ଲଗାଇବା ଅସମ୍ଭବ।

ତେବେ କରୋନା ମୃତ୍ୟୁ କ୍ଷେତ୍ରରେ ଅନ୍ୟ ରାଜ୍ୟ ତୁଳନାରେ ଓଡିଶାର ସ୍ଥିତି ଭଲ ରହିଛି । ଅନ୍ୟ କିଛି ଜଟିଳ ରୋଗ ଥିବାରୁ ରୋଗୀଙ୍କ ମୃତ୍ୟୁ ହେଉଛି । ସରକାରଙ୍କ ଟାର୍ଗେଟ୍ ରହିଛି, ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି ଟେଷ୍ଟ କରାଗଲେ ଏହାକୁ ରୋକାଯାଇପାରିବ । ଗଂଜାମରେ ଅଧିକ ସଂଖ୍ୟାରେ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇ ପରୀକ୍ଷା କରାଯିବା ପରେ ସଂଖ୍ୟା କମୁଛି । ହେଲେ ଖୋର୍ଦ୍ଧାରେ ଅଧିକ ଲୋକ ବାହାରୁ ଆସୁଥିବାରୁ ଏଠାରେ ନୂଆ ରଣନୀତି ଆପଣାଇବାର ଆବଶ୍ୟକତା ରହିଥିବା ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସ ନିର୍ଦ୍ଦେଶକ ଅଜୟ ପରିଡା କହିଛନ୍ତି ।

Leave A Reply

Your email address will not be published.