Latest Odisha News

BREAKING NEWS

ଇନ୍ଦୋର ମର୍ଡର ମିଷ୍ଟ୍ରିରୁ ପରଦା ହଟିଲା, ନିଜେ ପତ୍ନୀ ଭିଆଇଥିଲେ ବର୍ବର କାଣ୍ଡ….

ଇନ୍ଦୋର: ଇନ୍ଦୋରରେ ବାହାଘର, ମେଘାଳୟରେ ହନିମୁନ୍, ଆଉ ସିଲଙ୍ଗରେ ମର୍ଡର । ହନିମୁନ ରାତିରେ ହିଁ ସ୍ବାମୀଙ୍କୁ ମାରି ଫୋପାଡି ଦେଇଥିଲେ ପତ୍ନୀ । ମର୍ଡର ପାଇଁ ୩ ଜଣଙ୍କୁ ଦେଇଥିଲେ ସୁପାରୀ । ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାର ରାଜା-ସୋନମ ମାମଲାରେ କିଛି ଏପରି ବଡ ଖୁଲାସା ହୋଇଛି । ଯାହା ଆପଣଙ୍କ ଛାତି ଦୋହଲାଇ ଦେବ । କେମିତି ନବବିବାହିତ ସ୍ତ୍ରୀ ବୁଣିଥିଲା ସ୍ବାମୀ ପାଇଁ ମୃତ୍ୟୁର ଜାଲ, ତା ଉପରୁ ପରଦା ହଟିଛି । ନିଜେ ସ୍ତ୍ରୀ ସୋନମ ଉଗାରିଛନ୍ତି ସବୁ ସତ ।

ତେବେ ଗତ ମେ ମାସ ୧୧ ତାରିଖରେ ମଧ୍ୟପ୍ରଦେଶରେ ଇନ୍ଦୋରରେ ରାଜା ରଘୁବଂଶୀ ଏବଂ ସୋନମ ରଘୁବଂଶୀଙ୍କ ବିବାହ ହୋଇଥିଲା । ପରେ ମେ ୨୦ରେ ଉଭୟ ହନିମୁନ ପାଇଁ ମେଘାଳୟରେ ପହଞ୍ଚିଥିଲେ । ହେଲେ ମେଘାଳୟରେ ଉଭୟଙ୍କ ସହିତ କ’ଣ ଘଟିଲା ତାହା ସମସ୍ତଙ୍କୁ ଆଶ୍ବର୍ଟ୍ୟ କରିଦେଇଥିଲା । ସେଠି ପହଞ୍ଚି ବୁଲାବୁଲି କରିବା ପରେ ଗତ ମେ ୨୩ ତାରିଖରେ ଉଭୟ ନିଖୋଜ ହୋଇଯାଇଥିଲେ । ପରେ ସେମାନଙ୍କ ପରିବାର ସହ ଯୋଗାଯୋଗ ବିଚ୍ଛିନ୍ନ ହେବା ପରେ ଉଭୟଙ୍କୁ ଖୋଜିବା ଆରମ୍ଭ ହୋଇଥିଲା । ଖୋଜାଖୋଜି ପରେ ସେମାନେ ରହିଥିବା ହୋଟେଲର ପାଖାପାଖି ୩୫ କିଲୋମିଟର ପରେ ଏକ ଖାଇ ତଳେ ରାଜାଙ୍କର ମୃତ ଶରୀର ମିଳିଥିଲା । ଏଥିସହିତ ମୃତ ଶରୀର ପାଖରୁ ଭୟୟଙ୍କ ମୋବାଇଲ୍ ଫୋନ୍ ଏବଂ ହତ୍ୟାରେ ବ୍ୟବହୃତ ଅସ୍ତ୍ର, ଏକ ଛୁରୀ ଉଦ୍ଧାର ହୋଇଥିଲା । ରାଜାଙ୍କ ମୃତଦେହ ଏତେ ପଚିଯାଇଥିଲା ଯେ ମୁହଁ ଚିହ୍ନିବା ମଧ୍ୟ କଷ୍ଟକର ଥିଲା । କିନ୍ତୁ ରାଜାଙ୍କ ହାତରୁ ଜଣାପଡିଥିଲା ଯେ , ଏହା ତାଙ୍କର ମୃତ ଦେହ । ଜୁନ୍ ୨ ତାରିଖରେ ମେଘାଳୟରେ ରାଜା ରଘୁବଂଶୀଙ୍କ ମୃତଦେହ ମିଳିବା ପରେ ତାଙ୍କ ପତ୍ନୀ ସୋନମଙ୍କୁ ଖୋଜାଖୋଜି ଆରମ୍ଭ ହୋଇଥିଲା । ହେଲେ ଏବେ ସୋନମ ରଘୁବଂଶୀଙ୍କୁ ଉତ୍ତର ପ୍ରଦେଶର ଗାଜିପୁରରୁ ଗିରଫ କରାଯାଇଛି। ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି, ତାଙ୍କ ସହିତ କିଛି ହୋଇନାହିଁ। ପୂର୍ବରୁ ଆଶଙ୍କା କରାଯାଉଥିଲା ଯେ ତାଙ୍କୁ ମଧ୍ୟ ତାଙ୍କ ସ୍ୱାମୀଙ୍କ ସହିତ ହତ୍ୟା କିମ୍ବା ଚାଲାଣ କରାଯାଇଥାଇପାରେ ।

ହେଲେ ମାମଲା କିଛି ଅଲଗା ଥିଲା । ମେଘାଳୟର ହନିମୁନ ବେଳେ ହତ୍ୟାକାଣ୍ଡ ଭିଆଇଥିଲେ ସୋନମ । ପୋଲିସ ନିଶ୍ଚିତ କରିଛି ଯେ ତାଙ୍କ ସ୍ତ୍ରୀ, ସୋନମ ଭଡାଟିଆ ଠିକାଦାରଙ୍କ ସହାୟତାରେ ଏହି ହତ୍ୟାକାଣ୍ଡ କରିଥିଲୋ ।  ଆଉ ଖୋଜାଖୋଜି ପରେ ଏବେ ନିଜେ ସୋନମ ଉତ୍ତର ପ୍ରଦେଶର ଗାଜିପୁରର ଏକ ପୋଲିସ ଷ୍ଟେସନରେ ଆତ୍ମସମର୍ପଣ କରିଛନ୍ତି । ପୋଲିସ୍ ତାଙ୍କୁ ଅଧିକ ପଚରାଉଚରା କରୁଛି ।

ପୋଲିସ୍ କହିବା ଅନୁଯାୟୀ, ସୋନମ ରାଜ କୁଶୱାହା ନାମକ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହିତ ସମ୍ପର୍କରେ ଥିଲେ । ହେଲେ ତାଙ୍କ ବିବାହ ରାଜା ରଘୁବଂଶୀଙ୍କ ସହ କରାଇଦିଆଯାଇଥିଲା । ପରେ ପ୍ରେମିକ ସହ ମିଶି ତାଙ୍କ ସ୍ୱାମୀଙ୍କ ହତ୍ୟା ଷଡଯନ୍ତ୍ର କରିଥିଲେ ସୋନମ । ମେଘାଳୟର ସୁନ୍ଦର ସୋହରା ଅଞ୍ଚଳରେ ହନିମୁନ ସମୟରେ ଅପରାଧକୁ କାର୍ଯ୍ୟକାରୀ କରିବା ପାଇଁ ସେ ମଧ୍ୟପ୍ରଦେଶର ଠିକାଦାର ହତ୍ୟାକାରୀମାନଙ୍କୁ ସୁପାରୀ ଦେଇଥିଲେ । ଏହି ଦମ୍ପତି ଗତ ମାସରେ ମେଘାଳୟରେ ପହଞ୍ଚୀଥିଲେ । ଜଣେ ପର୍ଯ୍ୟଟନ ଗାଇଡ୍ ପୋଲିସକୁ କହିଥିଲେ ଯେ ନବବିବାହିତ ଦମ୍ପତିଙ୍କୁ ଶେଷ ଥର ପାଇଁ ଅନ୍ୟ ତିନି ଜଣ ପୁରୁଷଙ୍କ ସହିତ ଦେଖାଯାଇଥିଲା । ପ୍ରାୟ ୧୦ ଦିନ ପରେ, ଜୁନ ୨ ରେ, ରାଜାଙ୍କ ମୃତଦେହ ଏକ ଗଭୀର ଘାଟିରୁ ଉଦ୍ଧାର କରାଯାଇଥିଲା, ଏବଂ ସେମାନଙ୍କର ଭଡା ସ୍କୁଟର ସୋହରରିମରେ ପରିତ୍ୟକ୍ତ ଅବସ୍ଥାରେ ମିଳିଥିଲା ।

ତେବେ ଏହି ମାମଲାରେ ସୋନମଙ୍କ ସହିତ ଏପର୍ଯ୍ୟନ୍ତ ମଧ୍ୟପ୍ରଦେଶରୁ ତିନି ଜଣ ସନ୍ଦିଗ୍ଧ ଭଡାଟିଆ ଆକ୍ରମଣକାରୀଙ୍କୁ ଗିରଫ କରାଯାଇଛି। ଚତୁର୍ଥ ସନ୍ଦିଗ୍ଧ ଏବେ ବି ଫେରାର ଥିବା ନେଇ ସୂଚନା ଦେଇଛି ପୋଲିସ୍ ।

ସେପଟେ, ସୋନମଙ୍କ ବାପା ତାଙ୍କ ଝିଅ ବିରୁଦ୍ଧରେ ହତ୍ୟା ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଏବଂ ଅଭିଯୋଗ କରିଛନ୍ତି ଯେ ମେଘାଳୟ ପୋଲିସ କାହାଣୀ ତିଆରି କରୁଛି। ସେ ଏହା ମଧ୍ୟ କହିଛନ୍ତି ଯେ ସେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟି ଏହି ଘଟଣାର ସିବିଆଇ ତଦନ୍ତ ଦାବି କରିବେ । ସୋନମଙ୍କ ବାପା କହିଛନ୍ତି, ମୋ ଝିଅ ନିର୍ଦ୍ଦୋଷ। ସେମାନେ ଉଭୟ ପରିବାରର ସମ୍ମତିରେ ବିବାହ କରିଥିଲେ। ମେଘାଳୟ ସରକାର ଆରମ୍ଭରୁ ମିଛ କହୁଛନ୍ତି। ଆମେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଏବଂ ତା’ପରେ କେନ୍ଦ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଭେଟି ସିବିଆଇ ତଦନ୍ତ ପାଇଁ ଅନୁରୋଧ କରିବାକୁ ଚିନ୍ତା କରୁଥିଲୁ। ମେଘାଳୟ ପୋଲିସ କାହାଣୀ ତିଆରି କରୁଛି। ସିବିଆଇ ତଦନ୍ତ ଆରମ୍ଭ ହେଉ, ମେଘାଳୟର) ପୋଲିସ ଷ୍ଟେସନର ସମସ୍ତ ଅଧିକାରୀ ଜେଲରେ ରହିବେ ବୋଲି ଦାବି କରିଥିଲଊେ ସୋନମଙ୍କ ବାପା ।

Comments are closed.