Latest Odisha News

BREAKING NEWS

ମୁଫତିଙ୍କ ବୟାନକୁ ନେଇ ଜୋର୍ ଧରିଛି ବିବାଦ, କାଶ୍ମୀରରେ ତ୍ରିରଙ୍ଗା ରାଲି

ଶ୍ରୀନଗର: ଜମ୍ମୁ-କାଶ୍ମୀରର ପୂର୍ବ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ ତ୍ରିରଙ୍ଗା ପରିପ୍ରେକ୍ଷୀରେ ଦେଇଥିବା ବୟାନକୁ ନେଇ ବିବାଦ ଜୋର୍ ଧରିଛି । ସୋମବାର ବିଜେପି କର୍ମୀମାନେ ମେହବୁବାଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କାଶ୍ମୀରରେ ୩୭୦ ଧାରା ପୁଣି ଲାଗୁ ନ କରିବା ପର‌୍ୟ୍ୟନ୍ତ ସେ ତ୍ରିରଙ୍ଗା ଉଠାଇବେନି ଏବଂ ନିର୍ବାଚନ ମଧ୍ୟ ଲଢ଼ିବେନି ବୋଲି କହିଥିଲେ । କୁପଓ୍ୱାଡ଼ାର ବିଜେପି କର୍ମୀ ଶ୍ରୀନଗରରସ୍ଥିତ ଲୋକପ୍ରିୟ ଲାଲଚୌକଠାରେ ତ୍ରିରଙ୍ଗା ପତାକା ଉତ୍ତୋଳନ କରିବାକୁ ଚେଷ୍ଟା କରିଥିଲେ । ଏହାପରେ ପୁଲିସ ୪ ବିଜେପି କର୍ମୀଙ୍କୁ ଉଠାଇନେଇଥିଲା । ତେବେ ପରବର୍ତ୍ତୀ ସମୟରେ ଅଟକ ରଖିଥିବା କର୍ମୀଙ୍କୁ ପୁଲିସ ଛାଡ଼ିଦେଇଛି ।

ସେପଟେ ଜମ୍ମୁରେ ମଧ୍ୟ ମେହବୁବାଙ୍କ ବିପକ୍ଷରେ ପ୍ରଦର୍ଶନକାରୀମାନେ ତ୍ରିରଙ୍ଗା ଯାତ୍ରା ଏବଂ ନାରାବାଜୀ କରୁଛନ୍ତି । ଜାତୀୟ ପତାକାକୁ ନେଇ ଏଭଳି ଅପମାନଜନକ ଟିପ୍ପଣୀକୁ ନେଇ ଜମ୍ମୁରେ ପିଡିପି କାର‌୍ୟ୍ୟାଳୟ ସାମ୍ନାରେ ବିଜେପି କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସେହିପରି କାଶ୍ମୀରରେ ମଧ୍ୟ ବିଜେପି କର୍ମୀମାନେ ମେହବୁବାଙ୍କ ବିପକ୍ଷରେ ତ୍ରିରଙ୍ଗା ରାଲିର ଆୟୋଜନ କରିଛନ୍ତି ।

Leave A Reply

Your email address will not be published.