ଶ୍ରୀନଗର: ଜମ୍ମୁକଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତି ପୁଞ୍ଚ ଜିଲ୍ଲା ଗସ୍ତରେ ଯାଇ ନବଗ୍ରହ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ସେ ଶିବଲିଙ୍ଗରେ ଜଳାଭିଷେକ କରିବା ସହ ପୂଜାର୍ଚ୍ଚନା କରିଥିବାବେଳେ ଏବେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ବିଶେଷ କରି ମେହବୁବା ମନ୍ଦିର ଯିବା ଓ ପୂଜାର୍ଚ୍ଚନା କରିବାକୁ ସହଜରେ ହଜମ କରିପାରିନାହିଁ ଭାରତୀୟ ଜନତା ପାର୍ଟି । ବିଜେପି ପକ୍ଷରୁ କୁହାଯାଇଛି ଯେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ମୁଫତି କେବଳ ଲୋକଦେଖାଣିଆ ପାଇଁ ମନ୍ଦିର ଯାଉଛନ୍ତି । ଏହା ଡ୍ରାମା ବ୍ୟତୀତ କିଛି ନୁହେଁ ।
ବିଜେପି ପକ୍ଷରୁ କୁହାଯାଇଛି ଯେ ୨୦୦୮ ମସିହାରେ ମେହବୁବା ଓ ତାଙ୍କ ଦଳ ଅମରନାଥ ବୋର୍ଡକୁ ଆବଂଟିତ ହେବାକୁ ଥିବା ଜମିକୁ ବିରୋଧ କରିଥିଲା । ତୀର୍ଥଯାତ୍ରୀଙ୍କ ପାଇଁ ଅସ୍ଥାୟୀ ଶିବିର ନିର୍ମାଣ ପାଇଁ ଅମରନାଥ ବୋର୍ଡକୁ ଦିଆଯାଇଥିବା ଜମିକୁ ସେ ଅନୁମତି ଦେଇନଥିଲେ । ମନ୍ଦିର ଯିବା ଓ ପୂଜାର୍ଚ୍ଚନା କରିବା କେବଳ ରାଜନୈତିକ ଡ୍ରାମା । ତେବେ ଏଥିରୁ କିଛି ଫାଇଦା ମିଳିବ ନାହିଁ । ଯଦି ରାଜନୈତିକ ଡ୍ରାମାରୁ ଲାଭ ମିଳୁଥାନ୍ତା ତେବେ ଜମ୍ମୁକଶ୍ମୀର କେବେଠୁ ବଦଳିଯାଇଥାନ୍ତା ।
Comments are closed.