Latest Odisha News

BREAKING NEWS

ଭାରତର ଏହିସ୍ଥାନରୁ ଦେଖାଯାଏ ପାକିସ୍ତାନର ସମ୍ପୂର୍ଣ୍ଣ ଚିତ୍ର !

ଭୁବନେଶ୍ୱର: ଭାରତର ପରମ ଶତୃ କିଏ ବୋଲି ପ୍ରଶ୍ନ କଲେ ପ୍ରାୟତଃ ଅଧିକାଂଶ ଭାରତୀୟ ପାକିସ୍ତାନ ବୋଲି ଉତ୍ତର ଦେବେ । ପଡୋଶୀ ଦେଶ ପାକିସ୍ତାନ ସହ ଆମଦେଶର ଏତେଟା ଭଲ ସମ୍ପର୍କ ନଥିବାରୁ ପ୍ରାୟତଃ ଭାରତୀୟ ପାକିସ୍ତାନ ଯାଆନ୍ତି ନାହିଁ କିମ୍ବା ସେଠାକାର ଲୋକ ମଧ୍ୟ ସେତେ ପରିମାଣରେ ଏଠାକୁ ଆସନ୍ତି ନାହିଁ।

ତେବେ କିପରି ହୋଇଥିବ ପାକିସ୍ତାନ, କିଭଳି ହୋଇଥିବ ସେଠାକାର ଚିତ୍ର ବେଳେବେଳେ ମାନକୁ ଏହିସବୁ କଥା ଉଙ୍କିମାରେ । ଯଦି ଆପଣ ମଧ୍ୟ ପାକିସ୍ତାନ ଦେଖିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର।

ଭାରତରେ ଏଭଳି ଏକ ସ୍ଥାନ ରହିଛି ଯେଉଁଠୁ ଦେଖିଲେ ସମ୍ପୂର୍ଣ୍ଣ ପାକିସ୍ତାନର ଚିତ୍ର ଦେଖା ଦେଇଥାଏ । ତେବେ ଜାଣନ୍ତୁ କେଉଁଠି ରହିଛି ଏହିସ୍ଥାନ…

ଭାରତ ଏଭଳି ଏକ ଦେଶ ଯେଉଁଟାରେ ରାଜା ମହାରାଜାଙ୍କର ଶାସନ ରହିଛି । ଏଠାରେ ବହୁ ରାଜା ଲୁଟ କରିଛନ୍ତି କିନ୍ତୁ ସୁରକ୍ଷିତ ରହିବା ପାଇଁ ନିଜ ନିଜର କଳାକୃତିରେ କିଲ୍ଲା ନିର୍ମାଣ କରିଛନ୍ତି । ଆମେ ଆପଣଙ୍କୁ ଠିକ ଏହିଭଳି ଏକ କିଲ୍ଲା ବିଷୟରେ ଶୁଣେଇବାକୁ ଯାଉଛୁ ଯାହାକି ପାଞ୍ଚଶହ ବର୍ଷ ପୁରୁଣା କିଲ୍ଲା । ଏହି କିଲ୍ଲାରୁ ପଡୋଶୀ ରାଷ୍ଟ୍ର ପାକିସ୍ତାନ ଦେଖାଯାଏ ।

କୁହାଯାଉଛି ଯେ, ଭାରତ ପାକିସ୍ତାନର ବିଭାଜନ ସମୟରେ ପାକିସ୍ତାନ ଏହାକୁ କବଜା କରିବା ପାଇଁ ଚେଷ୍ଟା କରି ଅସପଳ ହୋଇଥିଲା । ତେବେ ରାଜସ୍ଥାନର ଏହି କିଲ୍ଲାର ନାମ ମେହରାନଗଢ ।

ମେହେରାନଗଢ ଦୁର୍ଗ ବାରତର ରାଜସ୍ଥାନ ପ୍ରାନ୍ତର ଜୋଧପୁର ସହରରେ ଅବସ୍ଥିତ । ପନ୍ଦରଶହ ଶତାବ୍ଦୀରେ ଏହି ବିଶାଳକାୟ କିଲ୍ଲା ପଥର ପାହାଡି ଉପରେ ୧୨୫ ମିଟର ଉଚ୍ଚାରେ ନିର୍ମିତ । ଯାହା କୁତବମିନାର ଠାରୁ ବି ଉଚ୍ଚ ବୋଲି ବିବେଚନା କରାଯାଏ ।

ତେବେ ୫୦୦ ବର୍ଷ ପୁରୁଣା ଏହି କିଲ୍ଲାରୁ ପାକିସ୍ତାନ ଦେଖାଯାଉଛି । ୧୯୬୫ରେ ଭାରତ ପାକିସ୍ତାନ ଯୁଦ୍ଧରେ ସର୍ବ ପ୍ରଥମେ ମେହରାନଗଢ କିଲ୍ଲାକୁ ନିଶାନା କରାଯାଇଥିଲା । ଜୋଧପୁର ଶାସକ ରାଓ ଯୋଦ୍ଧା ୧୪୫୯ ମଇ ୧୨ରେ ଏହି କିଲ୍ଲାର ସ୍ଥାପନା କରିଥିଲେ । ମହାରାଜ ଯଶବନ୍ତ ସିଂହ ଏହାକୁ ସମାପ୍ତ କରିଥିଲେ ।

ଏହି କିଲ୍ଲାର କାନ୍ଥ ୧୦ କିମି ପର୍ଯ୍ୟନ୍ତ ବ୍ୟାପିଛି । ଏହାର ଉଚ୍ଚତା ୨୦ ଫୁଟରୁ ୧୨୦ ଫୁଟ ଏବଂ ଚଉଡା ୧୨ ଫୁଟରୁ ୭୦ ଫୁଟ ପର୍ଯ୍ୟନ୍ତ ରହିଛି ।

ଧୁମାମଦାର ସଡକ ସହ ଯୋଡୁଥିବା ଏହି କିଲ୍ଲାର ଚାରୋଟି ଦ୍ୱାର ରହିଛି । କିଲ୍ଲା ଭିତରେ ଭବ୍ୟ ମହଲ, ଅଦଭୁଦ ଦ୍ୱାର, ଜାଲି କବାଟ ଲାଗିଛି । ରାଓ ରାଜା ଚାମୁଣ୍ଡା ମାତାଙ୍କୁ ପୂଜା କରୁଥିଲେ । ସେ ଯୋଦ୍ଧପୁର ଶାସକଙ୍କ କୂଳ ଦେବୀ । ସେ ସେଠାରେ ଚାମୁଣ୍ଡା ମାତାଙ୍କ ମନ୍ଦିର ନିର୍ମାଣ କରିଛନ୍ତି ।

Leave A Reply

Your email address will not be published.