Latest Odisha News

ଟୋକନ୍ ବ୍ୟବସ୍ଥା ପ୍ରତ୍ୟାହାର ଦାବିରେ ବରଗଡରେ ଚାଷୀଙ୍କ ରାସ୍ତା ଅବରୋଧ

ବରଗଡ: ରାଜ୍ୟରେ ଖରିଫ୍ ଧାନ ସଂଗ୍ରହ ଲାଗି ଜାରି ହୋଇଥିବା ଟୋକନ ବ୍ୟବସ୍ଥାକୁ ନେଇ ବରଗଡରେ ଚାଷୀ ଅସନ୍ତୋଷ ବୃଦ୍ଧି ପାଇଛି ।

ଯାହାଫଳରେ ଉତ୍ତେଜିତ ଚାଷୀମାନେ ଗୁରୁବାର ଦିନ ସ୍ଥାନୀୟ ଅତାବିରା ତହସିଲ୍ ନିକଟ ଗୋଡଭଗା ଛକ ଠାରେ ଧାନ ବସ୍ତା ରଖି ସମ୍ବଲପୁର-ବରଗଡ ମୁଖ୍ୟରାସ୍ତାକୁ ଅବରୋଧ କରିଛନ୍ତି । ଫଳରେ ଉକ୍ତ ଅଞ୍ଚଳରେ ଯାତାୟାତ ଏକପ୍ରକାର ବାଧାପ୍ରାପ୍ତ ହୋଇଥିବା ବେଳେ ରାସ୍ତାର ଉଭୟ ପଟରେ ବହୁସଂଖ୍ୟକ ଯାନବାହାନ ଅଟକି ରହିଛି ।

ଏହି ଆନ୍ଦୋଳନରେ ଶହଶହ ସଂଖ୍ୟାରେ ଚାଷୀମାନେ ସାମିଲ ହୋଇଥିବା ଜଣାପଡିଛି।

ଅଧିକ ପଢନ୍ତୁ- ଚାଷୀଙ୍କ ଧାନବିକ୍ରୀ ଲାଗି ଅନଲାଇନ୍ ଟୋକନ୍ ବ୍ୟବସ୍ଥା ରହିବ: ମନ୍ତ୍ରୀ

 

Leave A Reply

Your email address will not be published.