Latest Odisha News

BREAKING NEWS

ଡୋମିନିକା ଜେଲ୍‌ରୁ ସାମ୍ନାକୁ ଆସିଲା ପଳାତକ ବ୍ୟବସାୟୀ ମେହୁଲ ଚୋକ୍‌ସିଙ୍କ ପ୍ରଥମ ଫଟୋ

ନୂଆଦିଲ୍ଲୀ: ଗିରଫ ହେବା ପରେ ପଳାତକ ବ୍ୟବସାୟୀ ମେହୁଲ ଚୋକସିଙ୍କ ପ୍ରଥମ ଫଟୋ ସାମ୍‌ନାକୁ ଆସିଛି। ସେ ପିଏନ୍‌ବି ସ୍କାମ୍‌ର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ମଧ୍ୟ ଥିଲେ।

ଡୋମିନିକାରେ ପଳାତକ ବ୍ୟବସାୟୀ ମେହୁଲ ଚୋକସିଙ୍କୁ “ବେଆଇନ ଭାବେ” ଦ୍ୱୀପପୁଞ୍ଜରେ ପ୍ରବେଶ କରିଥିବା ଅଭିଯୋଗରେ ଗିରଫ ହେବାର କିଛି ଦିନ ପରେ ଏହି ଫଟୋ ସାମ୍ନାକୁ ଆସିଛି ଯେଉଁଠାରେ ସେ ବାର୍ ପଛରେ  ଛିଡା ହୋଇଛନ୍ତି ଏବଂ ଦେହରେ ଆଘାତ ଲାଗିଥିବା ଦେଖିବାକୁ ମିଳିଛି।

୬୨ ବର୍ଷୀୟ ବ୍ୟବସାୟୀଙ୍କୁ ଡାକ୍ତରଖାନା ନେବାକୁ ଏବଂ କରୋନା ପରୀକ୍ଷା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେବେ ସ୍ଥାନୀୟ ରିପୋର୍ଟ ଅନୁଯାୟୀ, ତାଙ୍କ କରୋନା ରିପୋର୍ଟ ନେଗେଟିଭ୍‌ ଆସିଛି।

ମେ’ ୨୩ ତାରିଖରେ ଆଣ୍ଟିଗୁଆ ସ୍ଥିତ ବାସଭବନରୁ ସେ ନିଖୋଜ ହୋଇଯାଇଥିଲେ। ତେବେ ମେ’ ୨୬ରେ ତାଙ୍କୁ ଡୋମିନିକାରୁ ଗିରଫ କରାଯାଇଥିଲା। କୁହାଯାଉଛି ଯେ ସେ କ୍ୟୁବା ପଳାଇବା ପାଇଁ ଯୋଜନା କରୁଥିଲେ।

Comments are closed.