Latest Odisha News

BREAKING NEWS

ଜନ୍‌ଙ୍କ ସହ ରୋମାନ୍ସ କରିବେ ଅଦିତି, ଆସିଲା ଫାଷ୍ଟ ଲୁକ୍

ମୁମ୍ବାଇ: ଖୁବ୍‌ଶୀଘ୍ର ଏକାଠି ନଜର ଆସିବେ ବଲିଉଡ ଅଭନେତା ଜନ୍ ଅବ୍ରାହମ ଏବଂ ଅଦିତି ରାଓ ହେଦରୀ । ଦୁହିଁଙ୍କୁ ପ୍ରଥମ କରି ବିଗ୍ ସ୍କ୍ରିନ୍‌ରେ ଦେଖିବାକୁ ମିଳିବ । ସୀମାପାର ପ୍ରେମ ଉପରେ ଆଧାରିତ ଅର୍ଜୁନ କପୁର ଓ ରକୁଲ ପ୍ରୀତ ସିଂହ ଷ୍ଟାରର୍‌ ଏକ ଫିଲ୍ମ ଏବେ ଚର୍ଚ୍ଚାରେ। ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ ଅଭିନେତ୍ରୀ ଅଦିତି ରାଓ ହୈଦରୀ । ତାଙ୍କ ଅପୋଜିଟ୍‌ ସ୍କ୍ରିନ୍‌ ଶେୟାର କରିବେ ଅଭିନେତା ଜନ୍‌ ଆବ୍ରାହମ୍‌।

ଫିଲ୍ମ ସୁଟିଂ ପୂର୍ବରୁ ଏହି ଦୁଇ କଳାକାରଙ୍କ ଫାଷ୍ଟ ଲୁକ୍‌ ଜାରି ହୋଇଛି । ଫିଲ୍ମର ଟାଇଟଲ୍‌ ଏବେ ସୁଦ୍ଧା ଘୋଷଣା ହୋଇନାହିଁ । ତେବେ ଜନ୍‌ ଓ ଅଦିତି ଅର୍ଜୁନଙ୍କର ଜେଜେବାପା ଓ ଜେଜେମା’ ଭୂମିକାରେ ନଜର ଆସିବେ । ୧୯୪୭ ମସିହା, ଭାରତ ସ୍ୱାଧୀନ ହେବା ସମୟରେ ଜନ୍‌-ଅଦିତିଙ୍କ କାହାଣୀ ଗତିଶୀଳ । ଫିଲ୍ମରେ ଅଦିତି ଜନ୍‌ଙ୍କ ପ୍ରେମିକା ତଥା ଅର୍ଜୁନଙ୍କ ଜେଜେମା’ ନୀନାଙ୍କ ଚରିତ୍ର ନିର୍ବାହ କରିଛନ୍ତି ।

ଅଦିତି ଓ ଜନ୍‌ଙ୍କ ସିନ୍‌ର ସୁଟିଂ ୧ ସପ୍ତାହ ଧରି ଚାଲିବ। ଏହି ସମୟରେ ଇନ୍‌ଡୋର ସୁଟିଂ ହେବ। ଏହା ପରେ ଅକ୍ଟୋବର ମାସରେ ସେମାନେ ପୁଣି ଥରେ ଫିଲ୍ମ ଟିମ୍‌ ସହିତ ଏକାଠି ହେବେ । ଫିଲ୍ମରେ ନିଜ ଭୂମିକାକୁ ନେଇ ଅଦିତି ଖୁବ୍‌ ଉତ୍ସାହିତ ଅଛନ୍ତି । ଏହି ଭୂମିକା ତାଙ୍କ ପାଇଁ ଖୁବ୍‌ ଖାସ୍‌ ବୋଲି ସେ କହିଛନ୍ତି । କାରଣ ତାଙ୍କ ମତରେ, ଏହା ଏଭଳି ଏକ ପ୍ରେମ କାହାଣୀ ଯାହା ପିଢ଼ି ପରେ ପିଢ଼ି ଲମ୍ବିଛି । ୧୯୪୭ ମସିହାରୁ ୨୦୨୦ ପର୍ଯ୍ୟନ୍ତ ତିନି ପିଢ଼ିର ପ୍ରେମ କାହାଣୀକୁ ନେଇ ଫିଲ୍ମଟି ଗତିଶୀଳ ।

Leave A Reply

Your email address will not be published.