Latest Odisha News

BREAKING NEWS

ମୋଦିଙ୍କୁ ଦ୍ବିତୀୟ ଡୋଜ ଟିକା ଦେଇ ଖୁସି ବ୍ୟକ୍ତ କଲେ ନର୍ସମାନେ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ୱିତୀୟ ଡୋଜ୍‌ ଟିକା ନେଇଛନ୍ତି । ତାଙ୍କୁ ଟିକା ଦେଇଥିବା ନର୍ସମାନେ ନିଜ ଖୁସି ବ୍ୟକ୍ତ କରିଛନ୍ତି । କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କୁ ଭେଟି ଟିକା ଦେବା ଏକ ସ୍ମରଣୀୟ ମୁହୂର୍ତ୍ତ । 

ଆଜି ନୂଆଦିଲ୍ଲୀ ସ୍ଥିତ ‘ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ’(ଏମ୍‌ସ୍‌)ରେ ପ୍ରଧାନମନ୍ତ୍ରୀଙ୍କୁ ଟିକା ଦେଇଛନ୍ତି ପଞ୍ଜାବର ସଙ୍ଗ୍‌ରୁର୍‌ବାସିନୀ ସିଷ୍ଟର୍‌ ନିଶା ଶର୍ମା । ନିଶା କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କୁ ଟିକା ଦେବା ମୋ ପାଇଁ ଏକ ସ୍ମରଣୀୟ ମୁହୂର୍ତ୍ତ ।

ପ୍ରଥମ ଡୋଜ୍‌ ନେବାର ୩୭ ଦିନ ପରେ ପ୍ରଧାନମନ୍ତ୍ରୀ ଆଜି ଦ୍ୱିତୀୟ ଡୋଜ୍‌ କରୋନା ଟିକା ନେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଥମ ଡୋଜ୍‌ ଟିକା ଦେଇଥିବା ପି. ନିବେଦିତା ଦ୍ୱିତୀୟ ଡୋଜ୍‌ ଟିକା ଦେବାରେ ନିଶା ଶର୍ମାଙ୍କୁ ସହଯୋଗ କରିଥିଲେ ।

ପି ନିବେଦିତା କହିଛନ୍ତି, ଆଜି ପ୍ରଧାନମନ୍ତ୍ରୀଙ୍କୁ ଦ୍ୱିତୀୟଥର ଭେଟିବାର ସୁଯୋଗ ପାଇଲି ଏବଂ ଦ୍ୱିତୀୟ ଥର ତାଙ୍କୁ ଟିକା ଦେଲି । ମୁଁ ଖୁବ୍‌ ଆନନ୍ଦିତ । ସେ ଆମ ସହ କଥାବାର୍ତ୍ତା କଲେ ଓ ଆମେ ତାଙ୍କ ସହିତ ଫଟୋ ଉଠାଇଲୁ ।

Leave A Reply

Your email address will not be published.