Latest Odisha News

BREAKING NEWS

କରୋନାରେ ସଂକ୍ରମିତ ହେଲେ ଅଭିନେତ୍ରୀ ନଗମା, ନେଇଥିଲେ ଭ୍ୟାକ୍ସିନ୍ 

ମୁମ୍ବାଇ: ଅଭିନେତ୍ରୀ ତଥା ରାଜନେତା ନଗମା କରୋନାରେ ସଂକ୍ରମିତ ହୋଇଛନ୍ତି । ତାଙ୍କର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି । ଏନେଇ ସେ ଟ୍ବିଟ୍ କରି ସୂଚନା ଦେଇଛନ୍ତି । କିଛି ଦିନ ପୂର୍ବରୁ ନଗମା କରୋନା ଟିକାର ପ୍ରଥମ ଡୋଜ୍ ନେଇଥିଲେ ।

କରୋନା ସଂକ୍ରମିତ ହେବା ପରେ ସେ ନିଜକୁ ହୋମ କ୍ବାରେଣ୍ଟାଇନରେ ରଖିଥିବା କହିଛନ୍ତି । ଏହାସହ ସମସ୍ତଙ୍କୁ ସେ ଆବଶ୍ୟକ ସତର୍କତା ଅବଲମ୍ବନ କରନ୍ତୁ ବୋଲି କହିଛନ୍ତି । ନଗମାଙ୍କ ପରି ଅଭିନେତା ପରେଶ ରାୱଲ ମଧ୍ୟ ଭ୍ୟାକ୍ସିନ୍ ନେବା ପରେ କରୋନା ସଂକ୍ରମିତ ହୋଇଥିଲେ । ଏପର୍ଯ୍ୟନ୍ତ ଅନେକ ବଲିଉଡ ଷ୍ଟାର କରୋନା ସଂକ୍ରମିତ ହୋଇସାରିଲେଣି ।

ନଗମା ୧୯୯୦ ମସିହାରେ ସଲମାନ ଖାନଙ୍କ ସହ ଫିଲ୍ମ ‘ବାଘି’ରୁ ହିନ୍ଦୀ ସିନେମାରେ ଡେବ୍ୟୁ କରିଥିଲେ । ହିନ୍ଦୀ ବ୍ୟତୀତ ନଗମା ତାମିଲ, ତେଲୁଗୁ ଏବଂ ଭୋଜପୁରୀ ଫିଲ୍ମରେ ମଧ୍ୟ ନଜର ଆସିଛନ୍ତି ।

Leave A Reply

Your email address will not be published.